More Sports

ଟୋକିଓ ଅଲମ୍ପିକ ପାଇଁ ୫ଜଣ ଭାରତୀୟ ବକ୍ସର ବିବେଚିତ

(ଓଡ଼ିଶା ସ୍ପୋର୍ଟ): ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଟୋକିଓ ଅଲମ୍ପିକ ପାଇଁ ୫ଜଣ ଭାରତୀୟ ବକ୍ସର ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ପର୍ୟ୍ୟାୟର ମହିଳା ୭୫ କେଜି ବିଭାଗ କ୍ବାର୍ଟର ଫାଇନାଲରେ ପୂଜା ରାଣୀ ଥାଇଲାଣ୍ଡର ପୋର୍ଣ୍ଣିପା ଚୁଟେଙ୍କୁ ୫-୦ ରେଫରି ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ପ୍ରବେଶ କରିଥିବାରୁ ପୂଜା ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ୬୯ କେଜି ବିଭାଗରେ ଭାରତର ବିକାଶ କ୍ରିଷ୍ଣା କ୍ବାର୍ଟର ଫାଇନାଲରେ ଜାପାନର ଓକାଜାୱାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ସହ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ପୁରୁଷ ୮୧ କେଜି ବିଭାଗ କ୍ବାର୍ଟର ଫାଇନାଲରେ ଭାରତର ସଚିନ କୁମାର ଚୀନ୍ର ଚେନ୍ ଡାକ୍ସିଙ୍ଗ୍ଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି।
ସେହିପରି ପୂଜା ରାଣୀ ଓ ବିକାଶ କ୍ରିଷ୍ଣାଙ୍କ ସମେତ ଲୋଭଲିନା, ଆଶିଷ କୁମାର ଓ ସତିଶ ମଧ୍ୟ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି।

Related posts

ପିଟି ଉଷାଙ୍କୁ ଭେଟରାନ୍ ପିନ୍ ଆୱାର୍ଡ଼

Odisha Sports Bureau

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Odisha Sports Bureau

ଆଜି ଫାଇନାଲ ମ୍ୟାଚରେ ଦବଙ୍ଗ ଦିଲ୍ଲୀ-ବଙ୍ଗଳା ୱାରିିୟସ ମଧ୍ୟରେ ଟକ୍କର

Odisha Sports Bureau