More Sports

ତେଲୁଗୁ ଟାଇଟନ୍ସକୁ ହରାଇ ଶୀର୍ଷ ସ୍ଥାନରେ ପହଞ୍ଚିଲା ବଙ୍ଗଳା

(ଓଡିଶା ସ୍ପୋର୍ଟସ): ମନୀନ୍ଦର ସିଂହଙ୍କ ୧୭ ଅଙ୍କ ସାହାଯ୍ୟରେ ବଙ୍ଗଳା ୱାରିୟର୍ସ ପ୍ରୋ କବାଡି ଲିଗ୍ ୨୦୧୯(ପିକେଏଲ)ରେ ବୁଧବାର ଦିନ ତେଲୁଗୁ ଟାଇଟନ୍ସ୍କୁ ୪୦-୩୯ରେ ପରାସ୍ତ କରିଛି । ଏହି ବିଜୟ ସହିତ ବଙ୍ଗଳା ପିକେଏଲ ଅଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି । ବଙ୍ଗଳାର ୧୯ ମ୍ୟାଚ୍ ମଧ୍ୟରୁ ୭୩ ଅଙ୍କ ସଂଗ୍ରହ କରିଥିବାବେଳେ ଦିଲ୍ଲୀ ଦବଙ୍ଗ୍ ଠାରୁ ଗୋଟିଏ ଅଙ୍କରେ ଆଗୁଆ ରହିଛି ।
ଦିଲ୍ଲୀ ୧୭ଟି ମ୍ୟାଚରେ ୭୨ ଅଙ୍କ କରିଛି । ସିଦ୍ଧାର୍ଥ ଦେସାଇ ଟାଇଟନ୍ସ ତରଫରୁ ୧୫ ଅଙ୍କ ସଂଗ୍ରହ କରିଛନ୍ତି, କିନ୍ତୁ ଏହି ପରାଜୟ ପରେ ତାଙ୍କ ଟିମର ପ୍ଲେଅଫ୍ ର ଆଶାକୁ ବଡ ଝଟକା ଲାଗିଛି । ଟାଇଟନ୍ସ୍ର ୧୭ ମ୍ୟାଚରେ ୩୪ ଅଙ୍କ ଅଟେ ଏବଂ ୧୨ ଟିମର ଲିଗରେ ୧୧ତମ ସ୍ଥାନରେ ରହିଛି । ସେହିପରି ଅନ୍ୟଏକ ମ୍ୟାଚରେ ଜୟପୁର ପିଙ୍କ ପେଥର୍ସ ପୁନେରି ପଲଟନକୁ ୪୩-୩୪ରେ ପରାସ୍ତ କରିଛି ।

Related posts

ଟୋକିଓ ଅଲମ୍ପିକ ପାଇଁ ୫ଜଣ ଭାରତୀୟ ବକ୍ସର ବିବେଚିତ

ଭେଲେନ୍ସିୟାକୁ ପରାସ୍ତ କରି ୧୬ତମ ଥର ସୁପର କପ୍ ଫାଇନାଲରେ ରିୟଲ ମେଡ୍ରୀଡ୍

Odisha Sports Bureau

ଓଡ଼ିଆ ଝିଅ ପ୍ରତ୍ୟାଶାଙ୍କ କମାଲ, ହାସଲ କଲେ ଦ୍ବିତୀୟ ରୌପ୍ୟ

Odisha Sports Bureau