More Sports

ଦୂତୀଙ୍କୁ ବ୍ରୋଞ୍ଜ

(ଓଡିଶା ସ୍ପୋର୍ଟ): ୨୩ତମ ଏସିଆନ ଆଥଲେଟିକ୍ ଚାମ୍ପିୟନଶିପ୍ରେ ଚମକିଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ୨୦୦ ମିଟର ଦୌଡ଼ରେ ଦୂତୀଙ୍କୁ ବ୍ରୋଞ୍ଜ । ସେ ୨୩.୨୪ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ବାହାରିନ୍ର ସାଲୱା ନାସିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଜାଖସ୍ତାନର ଓଲଗା ସାର୍ଫନୋଭା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସାଲୱା ଧାର୍ୟ୍ୟ ଦୂରତାକୁ ୨୨.୭୪ ସେକେଣ୍ଡ ଓ ଓଲଗା ୨୨.୮୭ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

୧୫ଶହ ମିଟର ଇଭେଣ୍ଟରେ ଭାରତର ପିୟୁ ଚିତ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଏହି ଦୂରତାକୁ ୪.୧୪.୫୬ ସେକେଣ୍ଡରେ ଅତିକ୍ରମ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ବାହାରିନ୍ ଖେଳାଳି ରହିଛନ୍ତି। ଗାଶୱ ଟିଗେଷ୍ଟ ୪.୧୪.୮୧ ସେକେଣ୍ଡ ଓ ୱିନ୍ଫ୍ରେଡ୍ ମୁଟାଇଲେ ୟାଭି ୪.୧୬.୧୮ ସେକେଣ୍ଡରେ ଧାର୍ୟ୍ୟ ଦୂରତାକୁ ଅତିକ୍ରମ କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

Related posts

ଏସିଆ ୱେଟଲିଫଟିଙ୍ଗ୍ ଚମ୍ପିଆନସିପ୍ ରେ ଭାରତୀୟ ଦଳର ନେତୃତ୍ୱ ନେବେ ମିରାବାଇ

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

Odisha Sports Bureau

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

Odisha Sports Bureau