Tennis

ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଡେଭିସ୍ କପ୍ ମୁକାବିଲାରୁ ବୋପନ୍ନା ବାହାର

(ଓଡିଶା ସ୍ପୋର୍ଟସ): ଭାରତର ଅନୁଭବି ଖେଳାଳୀ ରୋହନ ବୋପନ୍ନାଙ୍କ କାନ୍ଧରେ ଆଘାତ ଲାଗିବା କାରଣରୁ ପାକିସ୍ତାନ ବିପକ୍ଷରେ ଆଗାମି ଡେଭିସ୍ କପ୍ ମୁକାବିଲାରେ ଖେଳିପାରିବେ ନାହିଁ । ଏହାପରେ ଟିମରେ ଜୀବନ ନେଦୁଚୋଝିୟାନଙ୍କୁ ସ୍ଥାନ ମିଳିପାରେ । ବୋପନ୍ନା ସୋମବାର ଦିନ ଏମ୍ଆରଆଇ ସ୍କାନ କରିବା ପରେ ନିଜର ନିସ୍ପତ୍ତିରେ ଟିମର ଖେଳାଳୀ କ୍ୟାପଟେନ୍ ରୋହିତ ରାଜପାଳଙ୍କୁ ଅବଗତ କରାଇଥିଲେ । ପାକିସ୍ତାନ ବିକ୍ଷରେ ୨୯ ଏବଂ ୩୦ ନଭେମ୍ବରରେ ଖେଳାଯିବାକୁ ଥିବା ମୁକାବିଲା ପାଇଁ ବୋପନ୍ନାଙ୍କ ଯୋଡି ଲିଆଣ୍ଡର ପେସ୍ ଙ୍କ ସହିତ ହେବାର ସଂମ୍ଭାବନା ଥିଲା ।

ରାଜପାଳ କହିଛନ୍ତି, ‘ଟିମରେ ରୋହନଙ୍କ ନ ରହିବା ନିରାସଜନକ ଅଟେ । ଆମେ ଚାହୁଁଚୁ କି ସେ ନିଜ କାନ୍ଧର ଧ୍ୟାନ ରଖନ୍ତୁ । ତାଙ୍କୁ ସୁସ୍ଥ ହେବା ପାଇଁ ଇଞ୍ଜେକସନର ଆବଶ୍ୟକ ଅଛି । ଆମ ପାଖରେ ତାଙ୍କ ବିକଳ୍ପରେ ଜୀବନ ଭଳି ଭଲ ଖେଳାଳୀ ଅଛନ୍ତି । ତାଙ୍କ ଆସିବାରେ ଡାହାଣ ଏବଂ ବାମ ହାତି ଖେଳାଳୀଙ୍କ ଏକ ଭଲ ଯୋଡି ବନିବ ।’ ବୋପନ୍ନା ଶୀର୍ଷ ଯୁଗୋଳ ଖେଳାଳୀ ଅଟନ୍ତି ଏବଂ ସେ ଖେଳରୁ ହଟିବା ଫଳରେ ଦେଶକୁ ଯୁଗୋଳରେ ଶୀର୍ଷ ଦୁଇ ଖେଳାଳୀଙ୍କ ଅନୁପସ୍ଥିତିରେ କୋର୍ଟକୁ ଓହ୍ଲାଇବାକୁ ହେବ । ପ୍ରଥମରୁ ଶରଣ ବିବାହ ଲାଗି ଟିମରୁ ବାହାର ହୋଇଥିଲେ ।

Related posts

ଟେନିସରୁ ସନ୍ୟାସ ନେଲେ ଓଜନିଆକିଙ୍କ୍

Odisha Sports Bureau

ୟୁଏସ୍ ଓପନ ୨୦୨୦: ଆଣ୍ଡି ମୁରେ ଏବଂ କିମ୍ କ୍ଲିଜଷ୍ଟର୍ସଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି

Odisha Sports Bureau

ବିଜୟ ସହିତ ଆଗକୁ ବଢିଲେ ସେରେନା

Odisha Sports Bureau