Cricket

ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ

(ଓଡିଶା ସ୍ପୋର୍ଷ୍ଟସ/ଡର୍ବାନ): ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ୟ୍ୟ ୩୦୪ ରନର ଟାର୍ଗେଟ୍କୁ ପିଛା କରିଥିବା ଶ୍ରୀଲଙ୍କା ୯ ଉଇକେଟ୍ ହରାଇ ଟାର୍ଗେଟ୍ ହାସଲ କରିନେଇଛି। କୁଶଳ ପେରେରା ଅପରାଜିତ ୧୫୩ ରନର ମାରାଥନ ଇନିଂସ ଖେଳି ବିଜୟରେ ନାୟକ ସାଜିଥିଲେ। ମ୍ୟାଚ୍ ବିଜୟୀ ଇନିଂସ ଲାଗି କୁଶଳ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୧୮ ପରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ପରାଜୟ ଥିଲା। ଏହି ବିଜୟ ସହ ଶ୍ରୀଲଙ୍କା ୨ ମ୍ୟାଚ୍ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍ ଫେବୃୟାରୀ ୨୧ରୁ ପୋର୍ଟ ଏଲିଜାବେଥ୍ଠାରେ ଆରମ୍ଭ ହେବ।

Related posts

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି

ମେ ୨୪ରେ ଆଇପିଏଲ ଫାଇନାଲ

Odisha Sports Bureau

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବିକ୍ତିବିଶେଷ ବା ଅନୁଷ୍ଠାନଙ୍କ ଠାରୁ ମନୋନୟନ ପତ୍ର ଆହ୍ୱାନ