Cricket

ଭାରତର ବିଜୟ ପାଇଁ ୨୪୦ରନ

(ଓଡିଶା ସ୍ପୋର୍ଟ): ରିଜର୍ଭ ଡେ’ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ପ୍ରଥମ ସେମିଫାଇନାଲ୍ ମୁକାବିଲା ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯାଉଛି। ଗତକାଲିର ଅମିମାଂଶିତ ସ୍କୋର ୨୧୧/୫(୪୬.୧ ଓଭରରେ)ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟରେ ୨୩୯ ରନ କରିଥିଲା ।
ଆଜି ରସ୍ ଟେଲର ଦୁଇ ରନ ନେବା ପାଇଁ ଯାଉଥିବା ବେଳେ ବ୍ୟକ୍ତିଗତ ୭୪ ରନ ସ୍କୋରରେ ରବୀନ୍ଦ୍ର ଜାଡେଜାଙ୍କ ଡାଇରେକ୍ଟ ଥ୍ରୋରେ ରିଜର୍ଭ ଡେ’ର ପ୍ରଥମ ୱିକେଟ ଭାବେ ପାଭିଲିୟନକୁ ଫେରିଥିଲେ । ତାଙ୍କ ପରେ ଟମ୍ ଲାଥମ୍ ଭୁବନେଶ୍ୱର କୁମାରଙ୍କୁ ବଡ ସଟ୍ ମାରିବା ଚକରରେ ଜାଡେଜାଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ । ଭୁବନେଶ୍ୱର କୁମାରଙ୍କ ଅନ୍ତିମ ବଲକୁ ବଡ ସଟ ମାରିବାକୁ ଯାଇ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ।
ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୧୦ ଓଭରରେ ୪୩ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ତେବେ ଫାଇନାଲ୍ ଟିକେଟ ହାସଲ କରିବା ପାଇଁ ଟିମ୍ ଇଣ୍ଡିଆକୁ ନିର୍ଦ୍ଧାରିତ ୫୦ ଓଭରରେ ୨୪୧ ରନ କରିବାକୁ ପଡିବ ।

Related posts

ରୋହିତ ଓ ବିରାଟଙ୍କ ଭଳି ଷ୍ଟାର ଖେଳାଳିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ବିଶ୍ୱକପ

ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି

Odisha Sports Bureau

ସହିଦଙ୍କ ନାମରେ ଆଇପିଏଲ୨୦୧୯ର ଉଦଘାଟନୀ ସମାରୋହ

Odisha Sports Bureau