(ଓଡିଶା ସ୍ପୋର୍ଟ): ଭାରତୀୟ ଟିମ ୨୦୧୯ ଆରମ୍ଭରେ ଟେଷ୍ଟ ମ୍ୟାଚ୍ ଖେଳିବା ଜାରି ରଖି ଥିବା ବେଳେ କ୍ରିକେଟପ୍ରେମୀଙ୍କ ନଜର ଏବେ ଠାରୁ ବିଶ୍ୱକପ ଉପରେ ରହିଛ । ବିଶ୍ୱକପ ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଖେଳାଯିବ । ଏହା ପୂର୍ବରୁ ଭାରତ ଅତି କମରେ ଗୋଟିଏ ଟେଷ୍ଟ ମ୍ୟାଚ ଏବଂ ୧୩ଟି ଦିନିକିଆ ମ୍ୟାଚ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ଟେଷ୍ଟ ମ୍ୟାଚ ଆଗାମୀ ଜାନୁଆରୀ ୩ରେ ସିଡିନିରେ ଖେଳିବ । ଭାରତ ବର୍ତ୍ତମାନ ପର୍ୟ୍ୟନ୍ତ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ରହିଛି । ଟେଷ୍ଟ ଶୃଙ୍ଖଲା ପରେ ଉଭୟ ଟିମ ଜାନୁଆରୀ ୧୨ରୁ ଦିନିକିଆ ଶୃଙ୍ଖଳା ଖେଳିବେ ।
ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଖେଳିବେ । ବିରାଟ କୋହଲି ଭାରତୀୟ ଟିମର ଅଧିନାୟକ ପଦ ତୁଲାଇବେ । ଧୋନୀଙ୍କ ଏହା ହେବ ଶେଷ ବିଶ୍ୱକପ । ଧୋନୀଙ୍କ ବ୍ୟାଟରୁ ପୂର୍ବଭଳି ରନ ମିଳୁ ନାହିଁ । ମାତ୍ର ଧୋନୀ ଜଣେ ଅଭିଜ୍ଞତା ସପନ୍ନ ଖେଳାଳି ହୋଇଥିବାରୁ ବିପରିତ ଦଳର ଖେଳାଳି ଭୟ କରିଥାନ୍ତି । ବିରାଟ ବର୍ତ୍ତମାନ ସମୟରେ ବିଶ୍ୱର ଶକ୍ତିଶାଳୀ ଏବଂ ଲୋକପ୍ରିୟ ବ୍ୟାଟ୍ସମ୍ୟାନ ।
ମାର୍ଚ୍ଚ ୩ୟ ସପ୍ତାହରୁ ମେ’ ମାସ ଶେଷ ପର୍ୟ୍ୟନ୍ତ ଭାରତର କୌଣସି ଅର୍ନ୍ତଜାତୀୟ ମ୍ୟାଚ ପ୍ରସ୍ତାବିତ ହୋଇ ନାହିଁ । କୁହାଯାଉଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ)ରେ ବ୍ୟବହାର କରାଯିବ । ମାତ୍ର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏପର୍ୟ୍ୟନ୍ତ ଏବାବଦରେ କିଛି କହି ନାହାନ୍ତି ।
