Football

ମହିଳା ଫୁଟବଲ : ଶ୍ରଦ୍ଧାଞ୍ଜଳୀ, ଜବାରଙ୍କୁ ନୂଆ ଦାୟିତ୍ୱ

(ଓଡ଼ିଶା ସ୍ପୋର୍ଟ):  ଓଡ଼ିଶା ରାଜ୍ୟ ମହିଳା ଫୁଟବଲ ଟିମରେ କିଛିଟା ପରିବର୍ତ୍ତନ କରାଯାଇଛି । ଏଥିରେ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଣି ଥରେ ସେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ସେ ପୂର୍ବରୁ ଜାତୀୟ ଓ ଆନ୍ତଜାର୍ତୀୟ ସ୍ତରରେ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ କୋଚ ରହିଥିଲେ । ୨୦୧୫ ଏସିଆନ ଫୁଟବଲ କନ୍ଫେଡ଼େରେସନ କପ ପାଇଁ ଶ୍ରଦ୍ଧାଞ୍ଜଳୀ ୨୦୧୪ ମସିହାରେ ଭାରତୀୟ ୟୁ-୧୬ ବାଳିକା ଫୁଟବଲ ଦଳର ଆସିଷ୍ଟାଷ୍ଟ କୋଚ ଭାବେ ନିୟୋଜିତ ହୋଇଥିଲେ । ସେହିପରି ଟିମର ଟେକନିକାଲ ଡ଼ାଇକ୍ଟେର ଭାବେ ଏମ ଡ଼ି ସାହିଦ ଜବାରଙ୍କୁ ନିଯୁକ୍ତି ଦିଆଯାଇଛି । ସେ ପୂର୍ବରୁ ଭାରତୀୟ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ।ସେ ୨୦୧୦ରୁ ୨୦୧୨ ମଧ୍ୟରେ ଏହି ପଦରେ ରହିଥିଲେ ।

Related posts

ହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍‌ବଲ ଟାଲେଣ୍ଟ ଏକାଡେମୀ

Odisha Sports Bureau

ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau

୧୦୦ ଦିନ ପରେ ଇଂରାଜୀ ପ୍ରିମିୟର ଲିଗ୍ ପ୍ରତ୍ୟାବର୍ତ୍ତନ, ମଞ୍ଚେଷ୍ଟର ସିଟି ଆର୍ସେନାଲ୍ କୁ ୩–୦ରେ ପରାସ୍ତ କଲା