More Sports

ମେସି,ରାପିନୋ ଫିଫା ସର୍ବଶ୍ରେଷ୍ଠ ଖେଳାଳି

(ଓଡିଶା ସ୍ପୋର୍ଟସ ): ସୋମବାର ମିଲାନର ଟିଟ୍ରୋ ଆଲ୍ଲା ସ୍କାଲାରେ ଆୟୋଜିତ ଭବ୍ୟ ସମାରୋହରେ ବାର୍ସିଲୋନର ଷ୍ଟାର୍ ଷ୍ଟ୍ରାଇକର୍ ଲିଓନେଲ୍ ମେସି ଓ ମହିଳାରେ ଆମେରିକାର ଫରୱାର୍ଡ ମେଗାନ୍ ରାପିନୋଙ୍କୁ ଫିଫାର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି ।
୩୨ ବର୍ଷୀୟ ମେସି ଷଷ୍ଠଥର ପାଇଁ ଏହି ସମ୍ମାନିତ ପୁରସ୍କାର କବଜା କରିବାରେ ସଫଳ ହୋଇଛନ୍ତି। ବାର୍ସିଲୋନାକୁ ଗତ ସିଜନରେ ଲା ଲିଗା ଚାମ୍ପିୟନ୍ କରାଇବା ଏବଂ ଚାମ୍ପିୟନ୍ସ ଲିଗର ସେମିଫାଇନାଲରେ ପହଞ୍ଚାଇବାରେ ମେସି ପ୍ରମୁଖ ଭୂମିକା ବହନ କରିଥିଲେ। ଏହା ପୂର୍ବରୁ ଆର୍ଜେଣ୍ଟିନାର ମେସି ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ରେ ଏହି ପୁରସ୍କାର ଜିତିଥିଲେ।
ମହିଳା ବିଶ୍ୱକପ୍ ଟାଇଟଲ୍ ଜିତାଇଥିବା ରାପିନୋଙ୍କୁ ସେ ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଗୋଲ୍ କରିଥିଲେ ଏବଂ ଟପ୍ ସ୍କୋରର ଭାବେ ଗୋଲ୍ଡେନ୍ ବୁଟ୍ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ଗୋଲ୍ଡେନ୍ ବଲ୍ ହାସଲ କରିଥିଲେ। ଇଂଲିଶ କ୍ଲବ୍ ଲିଭରପୁଲର ଜର୍ଗେନ୍ କ୍ଲପଙ୍କୁ ସର୍ବଶ୍ରେଷ୍ଠ ପୁରୁଷ କୋଚ୍ ଏବଂ ଆମେରିକା ଜାତୀୟ ଟିମ୍ କୋଚ୍ ଜିଲ୍ ଏଲିସଙ୍କୁ ଶ୍ରେଷ୍ଠ ମହିଳା କୋଚ୍ ଭାବେ ପୁରସ୍କୃତ କରାଯାଇଛି।

Related posts

କରୋନା ପାଇଁ ୟୁରୋ ,କୋପା ଚାମ୍ପିୟନଶିପ ସ୍ଥଗିତ

Odisha Sports Bureau

ବିଶ୍ୱ ମୁଷ୍ଟିଯୋଦ୍ଧା ଚମ୍ପିଆନସିପରେ ୧୯ ବର୍ଷିୟ ମଞ୍ଜୁ ଜିତିଲେ ରୌପ୍ୟ

Odisha Sports Bureau

ପଦ୍ମ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠାଇଲେ ବିନେଶ

Odisha Sports Bureau