Cricket

ରାହୁୁଲ ବାମ ହାତି ବ୍ୟାଟ୍ସ ମ୍ୟାନ: ଆଇସିସି

(ଓଡିଶା ସ୍ପୋର୍ଟସ ): ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ଆଇସିସି)କୁ ଜଣା ନାହିଁ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ରାହୁଲ ଦ୍ରାବିଡ ବାମହାତି ବ୍ୟାଟସ୍ମ୍ୟାନ ନା ଡାହଣହାତି । ଆଇସିସି ନିଜର ଓ୍ଵେବସାଇଟରେ ହଲ ଅଫ ଫେମର ତାଲିକାରେ ରାହୁଲଙ୍କୁ ବାମହାତି ବ୍ୟାଟସମ୍ୟାନ ଦର୍ଶାଇଛି। ଏହାକୁ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି ।

ତାଲିକାରେ ତାଙ୍କ ନାମ ନିକଟରେ ସେ ବାମ ହାତି ବ୍ୟାଟ୍ସ ମ୍ୟାନ ଉଲ୍ଲେଖ କରାଯାଇଛି । ଆଇସିସିର ଦାୟିତ୍ୱ ହୀନତାକୁ ନେଇ ୟୁଜର୍ସ ସମାଲୋଚନା କରିଛନ୍ତି । ଗତ ବର୍ଷ ରାହୁଲଙ୍କୁ ହଲ ଅଫ ଫେମରେ ସାମିଲ କରାଯାଇଥିଲା। ଏଥିରେ ସାମିଲ ହେବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ। ସୁନିଲ ଗାଭାସ୍କର ଗତ ବର୍ଷ ତିରୁଅନନ୍ତପୁରମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ କ୍ୟାପ୍ ଦେଇ ରାହୁଲ ଏହି ସମ୍ମାନ ଦେଇଥିଲେ। ତାଙ୍କ ସହିତ ଅଷ୍ଟ୍ରେଲିଆକୁ ଦୁଇ ଥର ବିଶ୍ଵ ଚମ୍ପିଆନ କରାଇଥିବା ଅଧିନାୟକ ରିକି ପଣ୍ଟିଂ ଓ ଇଂଲଣ୍ଡର ମହିଳା କ୍ରିକେଟର କ୍ଲାରେ ଟେଲରଙ୍କୁ ମଧ୍ୟ ଜୁଲାଇରେ ଆଇସିସି ହଲ ଅଫ ଫେମରେ ସ୍ଥାନ ମିଳିଥିଲା। ଦ୍ରାବିଡ଼ ଭାରତ ପାଇଁ ୧୬୪ଟି ଟେଷ୍ଟ ଓ ୩୪୪ଟି ଦିନିକିଆ ଖେଳିଛନ୍ତି। ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ୍ ୨୪,୧୭୭ ରନ କରିଛନ୍ତି।

Related posts

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

Odisha Sports Bureau

ରିଙ୍କୁ ସିଂଙ୍କୁ କାମୁଡିଛି ମାଙ୍କଡ , ଖୁଲାସା କଲେ ଶୁଭମନ ଗିଲ

Odisha Sports Bureau

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

Odisha Sports Bureau