(ଓଡିଶା ସ୍ପୋର୍ଟସ): ଶୀର୍ଷ ସ୍ଥାନରେ ଥିବ ସମୀର ବର୍ମା, ଯୁବ ଖେଳାଳୀ ଲକ୍ଷ୍ୟ ସେନ ଏବଂ ବି ଏମ୍ ରାହୁଲ ଭରଦ୍ୱାଜ ବୁଧବାର ଦିନ ଡଚ୍ ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରି-କ୍ୱାଟର ଫାଇନାଲରେ ପହଁଞ୍ଚି ଯାଇଛନ୍ତି । ଫିଟନେସ ସମସ୍ୟା କାରଣରୁ କୋର୍ଟରୁ ଦୂରେଇ ରହିଥିବା ସମିର ହମବତନ କିରଣ ଜାର୍ଜଙ୍କୁ ୨୧-୧୯, ୧୯-୨୧, ୨୧-୧୩ରେ ପରାସ୍ତ କରି ବିଜୟ ସହିତ ପତ୍ୟାବର୍ତ୍ତନ କରିଛନ୍ତି । ତାଙ୍କୁ ପ୍ରଥମେ ବାଇ ମିଳିଥିଲା ଏବଂ ତୃତୀୟ ପର୍ଯ୍ୟାୟରେ ତାଙ୍କର ସାମ୍ନା ଜାପାନର ୟୁସୁକେ ଓନୋଡେରା ଏବଂ ଜର୍ମାନୀର ଲାର୍ସ ଶେଖେଞ୍ଜଲରଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାଙ୍କ ସହିତ ହେବ । ଗତ ମାସର ବେଲଜିୟମ୍ ଓପନର ଟାଇଟଲ ବିଜେତା ଲକ୍ଷ୍ୟ ସେନ ପ୍ର୍ରଥମ ଦୁଇ ପର୍ଯ୍ୟାୟରେ ସିଧା ଗେମରେ ବିଜୟ ହାସଲ କରିବା ପରେ ପ୍ରି-କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି ।
ଅଲ୍ମୋଡାର ୧୮ ବର୍ଷିୟ ଖେଳାଳୀ ମଙ୍ଗଳବାର ଦିନ ପ୍ରାରମ୍ଭିକ ପର୍ଯ୍ୟାୟରେ ଆୟରଲ୍ୟାଣ୍ଡର ହ୍ନାଟ ଗୁୟେନଙ୍କୁ ୨୧-୧୯, ୨୧-୧୭ରେ ପରାସ୍ତ କରିଛନ୍ତି ଏବଂ ବୁଧବାରଦିନ କ୍ୱିବାର ଓøସ୍ଲେନି ଗୁରେରୋଙ୍କୁୁ ୨୧-୧୨, ୨୧-୧୨ରେ ପରାସ୍ତ କରିଛନ୍ତି । ଶେଷ-୧୬ରେ ଏସିଆ ଜୁନିୟର ଚମ୍ପିଆନଙ୍କ ଡେନମାର୍କର ରାସମୁସ ଗେମକେରେ ହେବ ।
ରାହୁଲ ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚରେ ମ୍ୟାଲେସିଆର ଚିଏମ୍ ଜୁନ ଭେଇଙ୍କୁ ୨୧-୧୮, ୨୧-୧୩ରେ ହରାଇ ପ୍ରି-କ୍ୱାଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ବର୍ଷ ହାଇଦ୍ରବାଦ ଓପନ ଏବଂ ଭିଏତନାମା ଓପନର ଟାଇଟଲ ଜିତିଥିବା ସୌରଭ ବର୍ମା ଅବଶ୍ୟ ପରାଜୟ ସହିତ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲେ । ତାଙ୍କୁ ପ୍ରଥମ ପର୍ଯ୍ୟାୟରେ ବାଇ ମିଳିଥିଲା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜର୍ମାନୀର କାଇ ଶେଫରଙ୍କ ଠାରୁ ୧୭-୨୧,୨୧-୧୦, ୧୯-୨୧ରେ ପରାଜୟ ମିଳିଥିଲା ।
previous post