Shooting

ସୁଟିଙ୍ଗ୍ ୱାର୍ଲଡ କପ୍: ୧୦ମିଟର ଏୟାର ପିସ୍ତଲରେ ମନୁ ଏବଂ ସୌରଭ ଜିତିଲେ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟ୍ସ ): ବ୍ରାଜିଲରେ ଚାଲିଥିବା ରିୟୋ ଡି ଜନେରିଓ ସୁଟିଙ୍ଗ ୱାର୍ଲଡ କପରେ ଭାରତୀୟ ସୁଟର ମନୁ ଭାକର ଏବଂ ସୌରଭ ଚୌଧୁରୀ ୧୦ ମିଟରେ ଏୟାର ପିସ୍ତଲର ମିଶ୍ରିତ ଟିମ୍ ଇଭେଣ୍ଟର ଫାଇନାଲରେ ହମବତନ ଜଶସ୍ୱିନୀ ଦେଶୱାଲା ଏବଂ ଅଭିଶେକ ବର୍ମାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବିଭାଗରେ ଉଭୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲ ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା । ୧୭-୧୫ରେ ଜଶସ୍ୱିନୀ ଦେଶୱାଲ ଏବଂ ଅଭିଷେକ ବର୍ମାଙ୍କୁ ହରାଇ ମନୁ ଭାକର ଏବଂ ସୌରଭ ଚୌଧୁରୀଙ୍କ ଯୋଡି ସ୍ୱର୍ଣ୍ଣ ପଦକ ନିଜ ନାମରେ କରଛନ୍ତି । ଏହା ସହିତ ଭାରତ ଏହି ୱାର୍ଲଡ କପରେ ୫ଟି ସ୍ୱାର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହିତ ମୋଟାମୋଟି ୯ଟି ପଦକ ହସଲ କରିଛି ଏବଂ ଟେବୁଲର ଶିର୍ଷରେ ରହିଛି । ଏହା ସହିତ ଜଶସ୍ୱିନୀ ଏବଂ ସଞ୍ଜିବ ଭାରତ ପାଇଁ ଦୁଇଟି ଅଲମ୍ପିକ୍ କୋଟା ଜିତିଛନ୍ତି ।

Related posts

ଅନଲାଇନ୍ ସୁଟିଂ: ଇସ୍ରାଏଲ୍ ମାବାରୋଟକୁ ୧୦-୬ରେ ପରାସ୍ତ କଲା ସ୍ପେନୀୟ ଚାନୋସ୍

ଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ

Odisha Sports Bureau

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau