(ଓଡିଶା ସ୍ପୋର୍ଟସ): ବିଶ୍ୱ ଆଥଲେଟିସ୍କ୍ ଚମ୍ପିଆନଶିପ୍ରେ ରବିବାର ଦିନ ବିଳମ୍ବିତ ରାତ୍ରୀରେ ଭାରତୀୟ ଟିମ୍ ୪ଗୁଣା ୪୦୦ ମିଟର ମିକ୍ସଡ୍ ରିଲେ ଫାଇନାଲରେ ସପ୍ତମ ସ୍ଥାନରେ ରହିଛି, କିନ୍ତୁ ଟିମ୍ ପ୍ରଥମରୁ ଟୋକ୍ୱ ଅଲମ୍ପିକ୍ କୋଟା ହାସଲ କରିନେଇଥିଲା । ଏହି ବିଭାଗକୁ ପ୍ରଥମଥର ପାଇଁ ବିଶ୍ୱ ଚମ୍ପିଆନଶିପରେ ସାମିଲ କରାଯାଇଛି । ଫାଇନାଲରେ ମୋହମ୍ମଦ ଅନସ ଭେଲୁଭା ଭିସ୍ମୟ, ଜିସନା ମୈଥୁ ଏବଂ ନିର୍ମଲ ଟାଁମଙ୍କ ଟିମ୍ ୩ ମିନିଟ ୧୫.୭୭ ସେକେଣ୍ଡର ସମୟ ନେଇଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ଗୋଲ୍ଡ ମେଡଲ ଆମେରିକାର ଖାତାକୁ ଯାଇଛି, ଯିଏ ୩ ମିନିଟ୍ ୦୯.୩୪ ସେକେଣ୍ଡର ସମୟ ନେଇ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରି ରେସ୍ ଜିତିଛି । ୩ମିନିଟ୍ ୧୧.୭୮ ସେକେଣ୍ଡ୍ ସହିତ ଜମାଇକାଙ୍କ ଟିମ୍ ଦ୍ୱିତୀୟ ସ୍ଥାନରେ ଏବଂ ବହରିନଙ୍କ ଟିମ୍ ୩ ମିନିଟ୧୧.୮୨ ସେକେଣ୍ଡ୍ ସହିତ ତୃତୀୟ ସ୍ଥାନରେ ରହିଛି । ଭାରତ ଠାରୁ ଆଗରେ ରହିଥିବା ଟିମ୍ ମାନଙ୍କ ମଧ୍ୟରେ ପୋଲାଣ୍ଡ, ଗ୍ରେଟ୍ ବ୍ରିଟେନ୍ ଏବଂ ବେଲଜିଅମ୍ ରହିଛି । ଗତବର୍ଷ ଭାରତୀୟ ଟିମ୍ ୩ ମିନିଟ୍ ୧୫.୭୧ ସେକେଣ୍ଡ୍ ସମୟ ସହିତ ଏସିଆ ଖେଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଭାରତୀୟ ଟିମ୍ ର ଏହା ସିନିଜର ସବୁଠାରୁ ଭଲ ପ୍ରଦର୍ଶନ ଥିଲା । ସେମିଫାଇନାଲରେ ଭାରତୀୟ ଟିମ୍ ନିଜର ହିଟ୍ ରେ ୩ ମିନିଟ୍ ୧୬.୧୪ ସେକେଣ୍ଡ୍ ସହିତ ତୃତୀୟ ସ୍ଥାନରେ ରହିଥିଲା ।
previous post