Hockey

ସ୍ୱତନ୍ତ୍ର ମାନ୍ୟତା ପାଇବ ଯାଜପୁର ଜିଲ୍ଲା !

ଯାଜପୁର: କ୍ରୀଡା ହବରେ ପରିଣତ ହେବ ଯାଜପୁର ଜିଲ୍ଲା । ଏନେଇ ଆରମ୍ଭ ହୋଇଛି ଉଦ୍ୟମ । ତେବେ ପ୍ରତିଟି କ୍ଷେତ୍ରରେ ଯାଜପୁର ସାଉଁଟିଛି ପ୍ରଶଂସା । ଖାଲି ଖେଳ କ୍ଷେତ୍ରରେ ନୁହେଁ ରାଜ୍ୟର ବିକାଶ ଯାତ୍ରାରେ ସାମିଲ ହୋଇଛି ଯାଜପୁର ଜିଲ୍ଲା । କଳା, ସଂସ୍କୃତି, କୃଷି, ଶିଳ୍ପ, ଶିକ୍ଷା, ରାଜନିତୀ ଠାରୁ ଆରମ୍ଭ କରି ପ୍ରାକୃତିକ ସଂପଦ ପର୍ଯ୍ୟନ୍ତ  ସବୁକ୍ଷେତ୍ରରେ ଆଗୁଆ ରହିଛି ଯାଜପୁର । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଯାଜପୁର ଜିଲ୍ଲା ରହିଛି । ଉତ୍ତମ କ୍ରୀଡା ଭିତିଭୂମି ସୃଷ୍ଟି କରି ଆଗାମୀ ଦିନରେ କ୍ରୀଡା ହବ କରିବାକୁ ଯୋଜନା କରାଯାଇଛି ।ରାଜ୍ୟର କ୍ରୀଡା ମାନଚିତ୍ରରେ ଯାଜପୁର ଜିଲ୍ଲାକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଆନ୍ତର୍ଜାତୀୟ ସ୍ତରର କ୍ରୀଡା ଭିତିଭୂମି ସୃଷ୍ଟି କରି ଜାତୀୟ ଓ ଆନ୍ତଜାତୀୟ ସ୍ତରର କ୍ରୀଡାବିତ ସୃଷ୍ଟିକରିବା ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଯାହା ଫଳରେ ଆଗାମୀ ଦିନରେ ଏହା ରାଜ୍ୟର ଅନ୍ୟତମ କ୍ରୀଡା ହବ୍ ଭାବେ ପରିଣତ ହୋଇପାରିବ । ଯାଜପୁର ଜିଲ୍ଲା ସଦର ମହକୁମାରେ ଅନେକ ପ୍ରକଳ୍ପ ସରିଥିବା ବେଳେ ଅନେକ ପ୍ରକଳ୍ପ କାମ ଜାରି ରହିଛି ।ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ର କାମ ସରିଥିବା ବେଳେ ଏଠାରେ ପ୍ରଶିକ୍ଷଣ କାମ ଆରମ୍ଭ ହୋଇଛି । ଜିଲ୍ଲାର କୋଣ ଅନୁକୋଣରୁ କ୍ରୀଡାବିତ ମାନେ ପ୍ରଶିକ୍ଷଣ ନେଉଛନ୍ତି । ଅତ୍ୟାଧୁନିକ ଲାଇଟ ସାଙ୍ଗକୁ ସିନ୍ଥେଟିକ ଆର୍ଷ୍ଟୋଟର୍ପଂ ଗ୍ରାଉଣ୍ଡରେ ଏହି ପ୍ରଶିକ୍ଷଣ ଦିଆଯାଉଛି । ଖେଳାଳୀ ଚୟନ କରି ସେମାନଙ୍କୁ ଏଠାରେ ପ୍ରଶିକ୍ଷଣ ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ପ୍ରଥମ ଥର ଯାଜପୁର ଜିଲାରେ ଏହି ହକି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଥିବାରୁ ଏହାକୁ ନେଇ କ୍ରୀଡାବିତ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

Related posts

ହକି ବିଶ୍ୱକପ ବାରବାଟି ବୁଲି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ ସଭାପତି

Odisha Sports Bureau

କନିଷ୍ଠ ମହିଳା ଏସିଆ କପ୍‌ ହକି ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ

ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର

Odisha Sports Bureau