Cricket

୨୧ ରୁ ଆରମ୍ଭ ହେବ ଟି – ୧୦ ଲିଗ୍

( ଓଡ଼ିଶାସ୍ପୋର୍ଟ): ଟି-୧୦ ଲିଗ ଦୁବାଇର ସାରଜା କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୧ରୁ ଆରମ୍ଭ ହେବ । ଲିଗର ଫାଇନାଳ ମ୍ୟାଚ ଡିସେମ୍ବର ୨ରେ ଖେଳାଯିବ । ଏନେଇ ଦୁବାଇରେ ଭାରତର ପୂର୍ବତନ କ୍ରିକେଟରଙ୍କ ଅପୂର୍ବ ସମ୍ଭାର ହେବ । ଭାରତୀୟ ଦ୍ରୁତ ବୋଲିଂରେ ଏକଦା ଆକ୍ରମଣାତ୍ମକ ଅଂଶବିଶେଷ ଥିବା ଜାହୀର ଖାନ, ପ୍ରବୀଣ କୁମାର ଓ ଆରପି ସିଂହ ସେହି ଭାରତୀୟ କ୍ରିକେଟଙ୍କ ଟିମରେ ସାମିଲ ହୋଇଛନ୍ତି, ଯେଉଁ ଟିମ ୟୁଏଇରେ ହେବାକୁ ଥିବା ଟି-୧୦ ଲିଗର ବିଭିନ୍ନ ଫ୍ରାଞ୍ଚାଇଜ ଟିମ ପାଇଁ ଚୟନ ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବଙ୍ଗାଲ ଟାଇଗର୍ସ ଜାହୀର ଖାନକୁ ଚୟନ କରିଥିବା ବେଳେ ପଞ୍ଜାବ ଲିଜେଣ୍ଡସ ପ୍ରବୀଣ କୁମାରକୁ ନିଜ ଟିମରେ ସାମିଲ କରିଛି । ଟୁର୍ଣ୍ଣାମେଣ୍ଟରେ ୮ ଜଣ ପୂର୍ବତନ ଭାରତୀୟ ଖେଳାଳି ଖେଳୁଛନ୍ତି । ଏସ ବଦ୍ରୀନାଥ ମରାଠା ଓରେବିୟସରୁ ପ୍ରତିନିଧିତ୍ୱ କରିବେ । ସେହିଭଳି ଗତଥର ଚାମ୍ପିଅନ କେରଳ କିଙ୍ଗସ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ରତିନ୍ଦର ସିଂହ ସୋଧିଙ୍କୁ ଟିମରେ ସାମିଲ କରିଛି । ପଖତୁନଓ ଟିମ ଆରପି ସିଂହଙ୍କୁ ନେଇଥିବା ବେଳେ ରାଜପୁତ ଟିମ ମୁନାଫ ପଟେଲଙ୍କୁ ସାମିଲ କରିଛି । ଟୁର୍ଣ୍ଣାମେଣ୍ଟର ନୂଆଁ ଟିମ କରାଚିୟନଓ ପ୍ରବୀଣ ତାମ୍ବେଙ୍କୁ ନେଇଥିବା ବେଳେ ନଦନର୍ସ ୱାରିୟସ ଅମିତୋଜ ସିଂହଙ୍କୁ ଟିମରେ ସାମିଲ କରିଛି ।

Related posts

ଚଳିତ IPL ପରେ ଅନେକ କ୍ରିକେଟର ନେଇପାରନ୍ତି ଅବସର

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍

Odisha Sports Bureau

କୋଲକାତାକୁ ୧୮୨ ରନ ଟାର୍ଗେଟ ଦେଲା ହାଇଦ୍ରାବାଦ

Odisha Sports Bureau