Tennis

ଜେରଭଙ୍କୁ ଏଟିପି ଟୁର୍‌ ଫାଇନାଲ୍ସ ଟ୍ରଫି

 ଓଡିଶା ସ୍ପୋର୍ଟ :ବିଶ୍ବର ଶୀର୍ଷ ମାନ୍ୟତା ଟେନିସ୍‌ ତାରକା ନୋଭାକ ଜୋକୋଭିକ୍‌ଙ୍କୁ ହରାଇ ଜର୍ମାନି ଯୁବକ ଆଲେକ୍‌ଜାଣ୍ଡର ଜେରଭ ଏଟିପି ଟୁର୍‌ ଫାଇନାଲ୍‌ସ ଟ୍ରଫି କରାୟତ କରିଛନ୍ତି। ରବିବାର ମଧ୍ୟରାତିରେ ଖେଳାଯାଇଥିବା ଚଳିତ ଋତୁର ଏହି ଶେଷ ପ୍ରତିଯୋଗିତାର ଫାଇନାଲ୍‌ରେ ୨୧ ବର୍ଷୀୟ ଜେରଭ ୬-୪, ୬-୩ ସିଧାସଳଖ ସେଟ୍‌ରେ ୩୧ ବର୍ଷୀୟ ଜୋକୋଭିକ୍‌ଙ୍କୁ ମାତ୍‌ ଦେଇଥିଲେ। ବିଶ୍ବର ଶୀର୍ଷ ୮ ଖେଳାଳିଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଜେରଭ ଦ୍ବିତୀୟ ଥର ଲାଗି ଅଂଶଗ୍ରହଣ କରିଥିଲେ। ଏଥିରେ ସେ ବିପର୍ୟ୍ୟୟ ଘଟାଇ ଜୀବନର ଶ୍ରେଷ୍ଠ ବିଜୟ ହାସଲ କରିଥିଲେ। ଏ ପର୍ୟ୍ୟନ୍ତ ‌କୌଣସି ଗ୍ରାଣ୍ଡସ୍ଲାମ୍‌ ଜିତିନଥିବା ଜେରଭ୍‌ ସେମିଫାଇନାଲରେ ଏଠାରେ ୬ ଥରଟ୍ରଫି ଜିତିଥିବା ସ୍ବିଜରଲାଣ୍ଡର ରୋଜର ଫେଡେରର୍‌ଙ୍କୁ ୭-୫, ୭-୬ରେ ହରାଇଥିଲେ। ହେଲେ ଗ୍ରୁପ୍‌ ପର୍ୟ୍ୟାରେ ସେ ଜୋକୋଭିକ୍‌ଙ୍କଠୁ ହାରି ଯାଇଥିଲେ। ଯୁଗଳରେ ମାଇକ୍‌ ବ୍ରାଏନ୍‌ ଓ ଜାକ୍‌ ସକ୍‌ ଟ୍ରଫି ଜିତିଥିଲେ। ଏମାନେ‌ ଫ୍ରେଞ୍ଚ୍‌ ଯୋଡ଼ି ପିଏରେ-ହ୍ୟୁଗ୍ସ ହର୍ବର୍ଟ ଓ ନିକୋଲାସ ମାନହୁତଙ୍କୁ ୫-୭, ୬-୧, ୧୩-୧୧ରେ ହରାଇ ଟ୍ରଫି କବ୍‌ଜା କରିଥିଲେ। ପ୍ରଥମ ଥର ଲାଗି ନିଜ ଯମଜ ଭାଇ ବବ୍‌ଙ୍କ ବିନା ଖେଳୁଥିବା ୪୦ ବର୍ଷୀୟ ମାଇକ୍‌ ପଞ୍ଚମ ଏଟିପି ଟୁର୍‌ ଫାଇନାଲ୍ସ ଟ୍ରଫି ନିଜ ନାମରେ କରିଥିଲେ।

Related posts

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍ ହାସଲ କଲା ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ

Odisha Sports Bureau

ଆଇଟିଏଫ୍ ଏକକ ଟାଇଟଲ୍ ଜିତିଲେ ଅଙ୍କିତା

Odisha Sports Bureau

ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା

Odisha Sports Bureau