More Sports

ଆଜିଠାରୁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା

(ଓଡିଶା ସ୍ପୋର୍ଟ): ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ୫୧ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। କାତାରର ଦୋହାଠାରେ ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବ । ଏହି ଦଳରେ ୨୬ ଜଣ ପୁରୁଷ ଏବଂ ୨୫ ଜଣ ମହିଳା ପ୍ରତିଯୋଗୀ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ଦୂତି ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଏହି ଦଳରେ ଅଛନ୍ତି। ଦୂତି ୨୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ କରିବେ। ଏଥିଲାଗି ସେ ଇଣ୍ଡିଆନ୍ ଗ୍ରାଁପ୍ରି-୨ରେ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଫେଡେରେସନ୍ କପରେ ଭଲ କରି ପୂର୍ଣ୍ଣିମା ମହିଳା ହେପ୍ଟାଥଲନ ପାଇଁ ମନୋନୀତ ହୋଇଛନ୍ତି। ଦୂତି ମଧ୍ୟ ୪ ଗୁଣା୧୦୦ ସମ୍ଭାବ୍ୟ ଦଳରେ ଅଛନ୍ତି। ଟ୍ରାଏଲ୍ସରେ ଭଲ କଲେ ସେ ମଧ୍ୟ ଏହାର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ ଦଳରେ ନୀରଜ ଚୋପ୍ରା. ଜିନସନ ଜନସନ, ତେଜିନ୍ଦର ପାଲ ସିଂହ, ଏମଆର ପୁଭାମ୍ମା, ସ୍ବପ୍ନା ବର୍ମନଙ୍କ ଭଳି ତାରକା ଖେଳାଳି ମଧ୍ୟ ରହିଛନ୍ତି। ଏଣୁ ଏଥର ଭାରତ ପୂର୍ବାପେକ୍ଷା ଭଲ କରିବ ବୋଲି ଆଶା କରାଯାଉଛି

Related posts

ଅନୁରାଧା ହେଲେ ଏଆଇପିଏସଏସପିବିର ଜାତୀୟ କ୍ରୀଡ଼ା ସଂଯୋଜକ

Odisha Sports Bureau

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ପ୍ରଥମ ଲିଟେରାରି ଫେଷ୍ଟିଭାଲ

Odisha Sports Bureau

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତ

Odisha Sports Bureau