Cricket

ବିରାଟଙ୍କ ନାମରେ ୮ହଜାର ରନ୍

(ଓଡିଶା ସ୍ପୋର୍ଟ): ଗତକାଲି ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରେକର୍ଡ଼ ପୃଷ୍ଠାରେ ଅନ୍ୟ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଚାଲିଛନ୍ତି । ବିରାଟ ଟି-୨୦ କ୍ରିକେଟରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୮ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି।

ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ବିରାଟ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ୧୭ ରନ୍ କରିଥିବା ବେଳେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ବିରାଟ ମାତ୍ର ୨୫୬ ମ୍ୟାଚରେ ଦ୍ରୁତ ୮ହଜାର ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରାଇନା ୩୦୬ ମ୍ୟାଚ୍ ଖେଳି ୮୧୧୦ ରନ୍ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ନାମରେ ୬୭ ଟି-୨୦ ମ୍ୟାଚରେ ୨୨୬୩ ରନ୍ ରହିଛି।

ତେବେ ଟି-୨୦ କ୍ରିକେଟରେ ସର୍ବାଧିକ ରନର ବିଶ୍ୱରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ନାମରେ ରହିଛି। ଗେଲ ୩୭୪ ମ୍ୟାଚରେ ୧୨୪୫୭ ରନ୍ କରିଛନ୍ତି। ତାଙ୍କ ପଛରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମ (୯୯୨୨ ରନ୍) ଦ୍ୱିତୀୟ ଏବଂ ୱିଣ୍ଡିଜର କାଇରନ୍ ପୋଲାର୍ଡ (୯୦୮୭ ରନ୍) ତୃତୀୟ ସ୍ଥାନରେ ଅଛନ୍ତି।

Related posts

ସିରିଜ୍ ମୂଳ ପୋଛ କଲା ଭାରତ

Odisha Sports Bureau

ଏସିଆ କପ୍‌ରୁ ବାହାରିବା ପରେ ପରସ୍ପର ସହ ମୁହାଁମୁହିଁ ହେଲେ ଶାହିନ୍ ଏବଂ ବାବର; ହସ୍ତକ୍ଷେପ କଲେ ରିଜୱାନ

Odisha Sports Bureau

୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କଲା ରାଜସ୍ଥାନ ଟିମ୍

Odisha Sports Bureau