Tennis

ବେକରଙ୍କ ଟ୍ରଫି ନିଲାମରୁ ୫.୮୫ କୋଟି

(ଓଡିଶାସ୍ପୋର୍ଟ): ଜର୍ମାନ ଟେନିସ କିମ୍ବଦନ୍ତୀ ବୋରିସ ବେକରଙ୍କ ଖେଳ ଜୀବନରେ ବିଜେତା ଟ୍ରଫି ଏବଂ ସ୍ମରଣୀୟ ବସ୍ତୁର ନିଲାମରୁ ମିଳିଛି ପ୍ରାୟ ୬,୮୦,୦୦୦ ପାଉଣ୍ଡ୍, ଯାହାକି ଭାରତୀୟ ମୁଦ୍ରାରେ ହେବ ୫.୮୫ କୋଟି ଟଙ୍କାରୁ ଉଧ୍ୱର୍ । ଅନ୍ଲାଇନ ଜରିଆରେ ହୋଇଥିବା ଏହି ନିଲାମରେ କେବଳ ୧୯୮୯ ମସିହାରେ ୟୁଏସ ଓପନ ଟ୍ରଫିରୁ ସର୍ବାଧିକ ୧୫୦, ୨୫୦ ପାଉଣ୍ଡରେ ଯାଇଥିଲା । ୨୦୧୭ ମସିହାରେ ବେକରଙ୍କୁ ଏକ ବ୍ରିଟିସ ଅଦାଲତ ଦେବାଳିଆ ଘୋଷଣା କରିବା ପରେ ତାଙ୍କୁ ଏହି ନିଲାମ କରିବାକୁ ପଡ଼ିଥିଲା ।

ବେକରଙ୍କ ସାମଗ୍ରୀ ନିଲାମ ମଧ୍ୟାରେ ଡ଼େଭିସ କପ୍ ବିଜେତା ଟ୍ରଫି, ଅନ୍ତର୍ଜାତୀୟ ହଲ ଅଫ୍ ଫେମ୍ ମୁଦ୍ରିକା ଘଣ୍ଟା ଏବଂ ଖେଳ ପୋଷାକ ସାମିଲ ରହିଥିଲା । ଡ଼େଭିସ କପ୍ ଟ୍ରଫିରୁ ୫୧,୧୦୦ ପାଉଣ୍ଡ ମିଳିଥିଲା । ବେକର ତାଙ୍କ ଖେଳ ଜୀବନରେ ୬ ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଥିଲେ । ଯେଉଁଥିରେ ୩ ୱିମ୍ବଲଡ଼ନ୍ ସାମିଲ ଥିଲା । ୧୯୯୨ ବାର୍ସିଲୋନ ଅଲମ୍ପିକ୍ସରେ ମଧ୍ୟ ସେ ଯୁଗଳ ଗର୍ବରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Related posts

ୟୁଏଏସ୍ ଓପନର ପ୍ରଥମ ରାଉଣ୍ଡରୁ ବାହାର ହେଲେ ଶରଣ-ନିସ୍ଙ୍କ ଯୋଡି

Odisha Sports Bureau

ନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲ

Odisha Sports Bureau

ଏସିଆର ଶିର୍ଷ ର୍ୟାଙ୍କିଙ୍ଗ୍୍ ଯୁଗୋଳ ଖେଳାଳୀ ହେଲେ ଦିଭିଜ୍ ଶରଣ

Odisha Sports Bureau

Leave a Comment