(ଓଡିଶା ସ୍ପୋର୍ଟସ): ଦବଙ୍ଗ ଦିଲ୍ଲୀର ଟିମ୍ ଶନିବାର ଦିନ ପ୍ରୋ କବାଡ୍ଡୀ ଲିଗର ଫାଇନାଲରେ ବଙ୍ଗଳା ୱାରିିୟର୍ସର ବିପକ୍ଷରେ ଓହ୍ଲାଇବ, ତେବେ ତାଙ୍କର ନଜର ପ୍ରଥରେ ଟ୍ରଫି ଉପରେ ରହିବ । ଅବଶ୍ୟ ଏହା ତ ନିଶ୍ଚିତ ଅଟେ, ଯିଏ ବି ଜିତୁ କିନ୍ତୁ କବାଡ୍ଡୀକୁୁ ନୂତନ ବିଜେତା ହିଁ ମିଳିବ । ଦୁଇ ଟିମର କୋଚଙ୍କୁ ନିଜ ଟିମ ଉପରେ ପୁରା ବିଶ୍ୱାସ ଅଛି ଏବଂ ସେମାନେ ଦୃଢତାର ସହିତ କହିଛନ୍ତି ଫାଇନାଲ ରୋମାଞ୍ଚକର ହେବ । ଦିଲ୍ଲୀର କୋଚ୍ କୃର୍ଷ୍ଣା କୁମାର ହୁଡ୍ଡା କହିଛନ୍ତି କେହି ଯାଣି ନାହାଁନ୍ତି କି କିଏ ବିଜେତା ହେବ କାରଣ ଦୁଇଟିଯାକ ଟିମ୍ ଭଲ ଅଟ । ଆମର ଖେଳାଳୀମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶର୍ନ କରିବେ ।’ ବଙ୍ଗଳାର କୋଚ୍ ବିସି ରମେଶ କହିଛନ୍ତି ରେଡର ଏବଂ ଡିଫେଣ୍ଡର ଦୁହିଁଙ୍କୁ ନିଜର ସର୍ବଶ୍ରେଷ୍ଠ କରିବାକୁୁ ହେବ । ଅବଶ୍ୟ ତାଙ୍କର ପରିଶ୍ରମ ସହିତ ଭାଗ୍ୟ ମଧ୍ୟ ଭୂମିକା ନେବ । ମୁଁ ଖୁସୀ ଅଛି କାରଣ ଦୁଇଟି ନୂତନ ଟିମ୍ ଏଥର ଫାଇନାଲରେ ଖେଳୀବେ ।
previous post