More Sports

ଓପନ ଟିଟି ଟାଇଟଲ୍ ଜିତିଲେ ହରମୀତ ଦେଶାଇ

(ଓଡ଼ିଶା ସ୍ପୋର୍ଟ): ରବିବାର ଇଣ୍ଡୋନେସିଆର ବାଟାମରେ ଅନୁଷ୍ଠିତ ହୋଇଥିବା ଆଇଟିଟିଏଫ ଚ୍ୟାଲେଞ୍ଜର ଇଣ୍ଡୋନେସିଆ ଓପନ୍ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିଛନ୍ତି ଭାରତର ହରମୀତ ଦେଶାଇ । ଫାଇନାଲରେ ସେ ନିଜ ଦେଶର ଅମଲରାଜ ଆନ୍ଥୋନୀଙ୍କୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ଅଲ୍ ଇଣ୍ଡିଆନ୍ ଫାଇନାଲରେ ବିଶ୍ୱର ୧୦୪ ନମ୍ବର ଖେଳାଳି ହରମୀତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଅମଲରାଜଙ୍କୁ ୧୧-୯, ୯-୧୧, ୧୧-୯, ୧୦-୧୨, ୧୧-୯ ଗେମରେ ହରାଇ ଟାଇଟଲ୍ ଜିତିଛନ୍ତି।

୨୦୧୯ରେ ହରମୀତଙ୍କର ଏହା ୨ୟ ଅନ୍ତର୍ଜାତୀୟ ଟାଇଟଲ୍। ହରମୀତ୍ ଓ ଅମଲରାଜ ଏହା ପୂର୍ବରୁ ପୁରୁଷ ଡବଲ୍ସ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ। ଭାରତୀୟ ଯୋଡ଼ି ସେମିଡ଼ାଇନାଲରେ ମ୍ୟାନ୍ ହୋ କ୍ୱାନ୍ ଓ ସ୍ୟୁ ହାଙ୍ଗ ଲାମଙ୍କ ଯୋଡ଼ିଙ୍କଠାରୁ ୦-୩ (୭-୧୧, ୯-୧୧, ୯-୧୧)ରେ ପରାସ୍ତ ହୋଇଥିଲେ।

Related posts

ଶେଷରେ ସ୍ୱଦେଶ ଫେରିଲେ ବିଶ୍ୱନାଥ

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

Odisha Sports Bureau

ଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତ

Odisha Sports Bureau