Cricket

ପିଙ୍କ ବଲ ଓଜନିଆ: ବିରାଟ

(ଓଡ଼ିଶା ସ୍ପୋର୍ଟ): ଆଜି ଠାରୁ କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ଦିବାରାତ୍ର ଟେଷ୍ଟ ଖେଳାଯାଉଛି । ପ୍ରଥମ ଥର ପାଇଁ ଭାରତରେ ଦିବାରାତ୍ର ଟେଷ୍ଟ ମ୍ୟାଚର ଆୟୋଜନ ହେଉଥିବାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଲାପି ବଲକୁ ହକି ବଲ ସହ ତୁଳନା କରିଛନ୍ତି । କୋହଲିଙ୍କ ଭାଷାରେ ହକି ବଲ ଓଜନିଆ ଲାଗିଥାଏ । ସେହିଭଳି ଗୋଲାପି ବଲ ମଧ୍ୟ ଓଜନିଆ ଲାଗୁଥିବାରୁ ଫିଲ୍ଡିଂ କରିବାରେ ଅଡୁଆ ହୋଇପାରେ । ଅଭ୍ୟାସ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କୋହଲି କହିଛନ୍ତି, ଫିଲ୍ଡିଂ ସମୟରେ ମୁଁ ବଡ଼ ହଇରାଣରେ ପଡ଼ିଯାଇଥିଲି । ସେ କହିଛନ୍ତି ଯେ, ଏଭଳି ସିଂଥେଟିକ ବଲରେ ଆମେ ପିଲା ଦିନରେ ଖେଳିଥିଲେ । ଏହି ବଲ ଅଧିକ ଓଜନିଆ । ବଲକୁ ଫିଙ୍ଗିବା ବେଳେ ଅଧିକ ପରିଶ୍ରମ କରିବାକୁ ପଡୁଛି । ଦିନବେଳା ଉଚ୍ଚ କ୍ୟାଚ ଧରିବା ଅଡୁଆ ହୋଇପାରେ । ନାଲି ଓ ଧଳା ବଲରେ ଜଣାପଡ଼ିଥାଏ ଯେ, ଏହା ଆପଣଙ୍କ ନିକଟକୁ କେତେବେଳେ ପହଂଚୁଛି । ମାତ୍ର ପିଙ୍କ ବଲକୁ ଅନୁମାନ କରି ହେଉନାହିଁ ଯେ, କେତେବେଳେ ହାତକୁ ଆସିବ ।

Related posts

କ’ଣ ଟିମ୍ ଇଣ୍ଡିଆ ପାଖକୁ ଆସିବ ତୃତୀୟ ବିଶ୍ୱକପ୍? ଉତ୍ତର ଦେଲେ ରୋହିତ ଶର୍ମା

Odisha Sports Bureau

ପଞ୍ଚମ ଦିନିକିଆ,ଉଭୟ ଦଳ ପାଇଁ କର ବା ମର ସ୍ଥିତି

Odisha Sports Bureau

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

Odisha Sports Bureau