Cricket

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରୁ ବାଦ ପଡ଼ିଲେ ଦୀପକ ଚହର

( ଓଡ଼ିଶା ସ୍ପୋର୍ଡ଼ସ ): ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଦୀପକ ଚହରଙ୍କ ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରୁ ବାଦ ଦିଆଯାଇଛି ଜ୍ଝ ଦୀପକଙ୍କ ସ୍ଥାନରେ ନବଦୀପ ସଇନିଙ୍କୁ ସ୍ଥାନ ମିଳିଛି ଜ୍ଝ ବିସିସିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଚହରଙ୍କ ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥିବାର ସେ କହିଥିଲେ ଜ୍ଝ ଏହା ପରେ ଡାକ୍ତରୀ ଟିମ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି ଜ୍ଝ
ତେଣୁ ଚହରଙ୍କୁ କଟକରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରୁ ବାଦ ଦିଆଯାଇଛି ଜ୍ଝ ଏଠାରେ ସୂଚନା ଥାଉ କି ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ ,ସେହି ଦଳ ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ ଜ୍ଝ ଏହା ପୂର୍ବରୁ ଶିଖର ଧାୱନ ଓ ଭୁବନେଶ୍ୱର କୁମାର ମଧ୍ୟ ଆଘାତ ଯୋଗୁଁ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଛନ୍ତି ଜ୍ଝ ଧାୱନଙ୍କ ସ୍ଥାନରେ ମାୟାଙ୍କ ଅଗ୍ରୱାଲ ଓ ଭୁବନେଶ୍ୱରଙ୍କ ସ୍ଥାନରେ ସାର୍ଦ୍ଦଳ ଠାକୁରଙ୍କୁ ସୁଯୋଗ ମିଳିଛି।

Related posts

ଭାରତ ପାକିସ୍ତାନ ମ୍ୟାଚ ବେଳେ ଷ୍ଟାଡିୟମରେ କମ୍ପିଲା ରାମ ନାମ

Odisha Sports Bureau

ଅଣ୍ଡର-୧୯ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

Odisha Sports Bureau

ଭାରତର ପରାଜୟ ଦେଖିବା ପରେ କାନ୍ଦିବାକୁ ଲାଗିଲା ୮ ବର୍ଷର ପିଲା; ନିଶ୍ୱାସ ଅଟକି ଯିବାରୁ ଡାକ୍ତରଖାନାରେ ହେଲା ଭର୍ତ୍ତି

Odisha Sports Bureau