Cricket

କୋରୋନାରେ ଚାଲିଗଲେ ଆରପି ସିଂହଙ୍କ ବାପା

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ଭୂତାଣୁର ପ୍ରଭାବରେ ସାରା ଦେଶ ଏବେ ହନ୍ତସନ୍ତ ହେଉଛି , ଯେଉଁଥିରୁ ବର୍ତ୍ତି ପାରି ନାହାନ୍ତି ସେଲିବ୍ରିଟି, କ୍ରିକେଟର କିମ୍ବା ସେମାନଙ୍କ ପରିବାର । ଏହି ରୋଗରେ ପୋକ ମାଛି ପରି ଦେଶର ଅନେକ ଲୋକଙ୍କ ଜୀବନ ଅକାଳରେ ଯାଇ ସାରିଲାଣି । ସେହିଭଳି ଆଜି ଆଉ ଜଣେ କ୍ରିକେଟର କୋରୋନା ଯୋଗୁଁ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ଭାରତର ପୂର୍ବତନ ଦ୍ରୁତ ବୋଲର ରୁଦ୍ର ପ୍ରତାପ ସିଂହ ବାପା ଆଜି କୋରୋନା ମହାମାରୀରେ ପ୍ରାଣ ହରାଇଛନ୍ତି । ଏନେଇ ନିଜେ ଆର.ପି. ସିଂହ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ବଡ଼ ଦୁଃଖର ସହ ଆପଣମାନଙ୍କୁ ଜଣାଇବାକୁ ଚହୁଁଛି ଯେ ମୋ ବାପା କିଛି ଦିନ ହେଲା କୋଭିଡରେ ପୀଡ଼ିତ ଥାଇ ଆଜି ତାଙ୍କର ପରଲୋକ ଘଟିଛି । ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଆପଣମାନେ ତାଙ୍କୁ ନିଜ ବିଚାର ଏବଂ ପ୍ରାର୍ଥନାରେ ମନେ ରଖନ୍ତୁ । ଙଳି ଲେଖି ରୁଦ୍ର ବାପାଙ୍କ ମୃତ୍ୟୁ ଖବର ଟ୍ୱିଟ ଜରିଆରେ ସମସ୍ତଭ୍କୁ ସୂଚନା ଦେଇଛନ୍ତି । ତ୍ରାଙ୍କ ବାପା ଶିବ ପ୍ରସାଦ ସିଂହ ଏକ ସପ୍ତାହ ପୂର୍ବରୁ କୋରୋନାରେ ପ୍ରଭାବିତ ହୋଇଥିଲେ । ତେଣୁ ଚଳିତ ଆଇପିଏଲ ସିଜନରେ ଭାଷ୍ୟକାର ଦାୟିତ୍ୱରୁ ସେ ନିଜ ନାମକୁ ଫେରାଇ ନେଇଥିଲେ । କିଛି ଦିନ ତଳେ ପୂର୍ବତନ ଭାରତୀୟ ସ୍ପିନ ବୋଲର ପୀୟୁଷ ଚାୱଲାଙ୍କ ପିତା ମଧ୍ୟ କୋରୋନାରେ ପ୍ରାଣ ହରାଇଥିଲେ ।

Related posts

କନ୍ୟା ସନ୍ତାନର ଜନକ ରୋହିତ ୪ର୍ଥ ଟେଷ୍ଟ ଖେଳିବା ନେଇ ସନ୍ଦେହ

Odisha Sports Bureau

ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର, ଭାରତ ୬୨୨/୭

Odisha Sports Bureau

ଦିନିକିଆ ବିଶ୍ୱକପ ଲିଷ୍ଟ ଘୋଷଣା କଲା ଆଇସିସି

Leave a Comment