More Sports

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖି ଘରକୁ ଫେରିଥିବା ଏହି ଉଡ୍ଡୀୟମାନ ଖେଳାଳୀମାନଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ଏମାନଙ୍କୁ ଦେଖିବା ପାଇଁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଛି ପ୍ରଶଂସକଙ୍କର ଲମ୍ବା ଲାଇନ ।

ତେବେ ଏମାନଙ୍କ ମଧ୍ୟରେ ହାସଲ କରି ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଉପହାର ଦେଇଥିବା ଆଥଲେଟିକ ନୀରଜ ଚୋପ୍ରାଙ୍କୁ ଖୁବ ଜୋରରେ ଭିଡ ଜମିଥିଲା । ଜାପାନର ଟୋକିଓରୁ ସ୍ୱଦେଶ ଫେରିଛନ୍ତି ଥିବା ଏହି ଖେଳାଳୀମାନଙ୍କ ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ହରିୟାଣା ଏବଂ ରୋପ୍ୟ ପଦକ ହାସଲକାରୀ ରବି ଦହିୟାଙ୍କ ଘରେ ମଧ୍ୟ ଖୁସିର ମାହୋଲ ଖେଳିଯାଇଛି । ସାରା ଗାଁ ଆଜି ବାଜା ଢୋଳରେ ପ୍ରକମ୍ପିତ ହେଉଛି । ସେପଟେ ନୀରଜ ଚୋପ୍ରାଙ୍କ ଗାଁ ଏବଂ ସହିତ ପାନିପତର ସମସ୍ତ ସ୍ଥାନରେ ଉତ୍ସବ ପାଳନ ହେଉଛି । ଦିଲ୍ଲୀ ଏୟାରପୋର୍ଟରେ ସେମାନଙ୍କ ସ୍ବାଗତ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକ ଉପସ୍ଥିତ ରହିଥିଲେ ।

Related posts

ଦୂତୀଙ୍କୁ ବ୍ରୋଞ୍ଜ

Odisha Sports Bureau

 ଜୋହାନ୍ସ ୱେଟର୍ ବିଶ୍ୱ ରେକର୍ଡରୁ ବଞ୍ଚିତ

Odisha Sports Bureau

ଆମେରିକୀୟ ମହିଳା ଆମାଚ୍ୟୁର ଚାମ୍ପିଅନସିପରେ ପ୍ରଥମ ଭାରତୀୟ

Odisha Sports Bureau