Cricket

ଧୱନଙ୍କୁ ବାଜିଲା ଶକ୍ତ ଚାପୁଡା

ନୂଆଦିଲ୍ଲୀ: ସୋଶଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭାରତର ଷ୍ଟାର କ୍ରିକେଟର ଶିଖର ଧୱନ । ନିଜର ନିଆରା ଅନ୍ଦାଜ ସହିତ କିଛି ନୂଆ ଅପଡେଟକୁ ନେଇ ସୋଶଲ ମିଡିଆରେ ସେ ଥାନ୍ତି ଖୁବ ଆକ୍ଟିଭ । ଆଜି ତାଙ୍କର ଆଉ ଏକ ଭିଡିଓ ସହିତ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗବ୍ବର । ଏତର କିନ୍ତୁ କ୍ରିକେଟ କିମ୍ବା ନିଜ ମତାମତକୁ ନେଇ ନୁହେଁ । ଏହି ଭିଡିଓରେ ଜଣେ ବ୍ୟକ୍ତି ଧୱନଙ୍କୁ ମାଡ ମାରିଥିବାର ଦେଖିବାକୁ ମିଳିଛି ।

https://www.instagram.com/reel/CZJ6hevoRLb/?utm_source=ig_web_copy_link

 

ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ତାଙ୍କୁ ମାଡ ମାରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଧୱନଙ୍କ ବାପା । ତେବେ ଏହା ସତଘଟରା ନୁହେଁ ବରଂ ,ହା ହେଉଛି ଏକ ରିଲ ଭିଡିଓ । ଭିଡିଓରେ ବାପା ତାଙ୍କ କିଛି ପଞ୍ଜାବୀରେ ପଚାରୁଛନ୍ତି । ଧଓ୍ୱନ ମଧ୍ୟ ଏହାର ପ୍ରତିକ୍ରିୟ ରଖୁଛନ୍ତି । ତେବେ ତାଙ୍କ ବାପା ରାଗିଯାଇ ଧଓ୍ୱନଙ୍କୁ ଚାପୁଡା ପକାଉଛନ୍ତି । ତେବେ ଧୱନ ଏହି ଭିଡିଓ ଅପଲୋଡ କରିବା ପରେ ସୋଶଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

Related posts

ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି

Odisha Sports Bureau

ଆଇପିଏଲରେ କେଉଁ ଦଳକୁ ମିଳିବ କେତେ ଟଙ୍କା ?

Odisha Sports Bureau

ବାଜିମାତ କଲା ଭୁବନେଶ୍ୱର ୟୁପିଡି

Odisha Sports Bureau