Football

ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସାଲେପୁର : ଓଡିଶା ପୁରୁଷ ହକି ବିଶ୍ୱ କପ କୁ ସ୍ମରଣୀୟ ରଖିବା ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରୁ ଫୁଟବଲ ଓ କବାଡି ପ୍ରତିଯୋଗିତା ବଛା ବଛା ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରାଯାଇ ମ୍ୟାଚ ଆୟୋଜନ କରାଯାଇଛି । ଏହି କ୍ରମରେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଅପରାହ୍ନରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତର ଚକର ପଡିଆ ଠାରେ ଆୟୋଜିତ ହୋଇଯାଇଛି । ଏହି ଫାଇନାଲ ଟୁର୍ଣ୍ଣାମେଣ୍ଟରେ ତରତଶାସନ ପଞ୍ଚାୟତ ଓ ନେମାଳ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ଫୁଟବଲ ମ୍ୟାଚରେ ପେନାଲଟି ରାଉଣ୍ଡରେ ତରତ ଶାସନ ୪-୩ ଗୋଲରେ ନେମାଳକୁ ପରାସ୍ତ କରି ଚମ୍ପିୟାନ ହେବା ସହିତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ନିଶ୍ଚିନ୍ତକୋଇଲି ବ୍ଲକକୁ ପ୍ରତିନିଧିତ୍ୱ କରିବ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସଵରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ, ବିଡ଼ିଓ ଦିବ୍ୟ ରଞ୍ଜନ ସିଂହ ଦେଓ , ଉପଧକ୍ଷ ଅଶୋକ ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ।

Related posts

ମହିଳା ଫିଫା ବିଶ୍ୱକପ:ଆମେରିକାର ଦମଦାର ବିଜୟ

Odisha Sports Bureau

କୋଚ୍ ଗେର୍ରାଡ ହାଲେରଙ୍କ ଦେହାନ୍ତ

Odisha Sports Bureau

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହିଁ ବଡ ହକି ଷ୍ଟାଡିୟମ: FIH ଅଧ୍ୟକ୍ଷ ତୟାବ ଇକ୍ରମ

Odisha Sports Bureau