Cricket

ମାଂଦପେଶୀ ଜନିତ ଆଘାତ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ବାଦ ପଡିଲେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର

ଚଳିତ ଆଇପିଏଲରେ୨୦୨୩ ଦେଖିବାକୁ ମିଳୁଛି ଦମଦାର ମ୍ୟାଚ । ଏହି ସମୟରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ବଡ ଝଟକା । ଏହି ଦଳରେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଖେଳୁଥିବା ବେଳେ ସେ ଏବେ ଦଳରୁ ବାଦ ପଡିଛନ୍ତି । ମାଂଦପେଶୀ ଜନିତ ଆଘାତ ପାଇଁ ବାକି ଥିବା ମ୍ୟାଚରୁ ସେ ବାଦ ପଡିଥିବା କୁହାଯାଉଚି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବତ୍ତେ କେଉଁ ଖେଳାଳି ମଇଦାନକୁ ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସେ ଚଳିତ ଆଇପିଏଲରେ ୭ଟି ମ୍ୟାଚ ଖେଳିଥିବା ବେଳେ ୧୫ ପ୍ରତିଶତରେ ୧୦୦ ଷ୍ଟ୍ରାଇକି ରେଟରେ ୬୦ ରନ କରିଛନ୍ତି ।ସେ ସର୍ବ ଶ୍ରେଷ୍ଠ ୨୪ ସ୍କୋର କରିଥିବା ବେଳେ ବୋଂଲିଙ୍ଗରେ ତାଙ୍କର ନୈରାଶଜନକ ପ୍ରଦର୍ଶନ ରହିଛି । ସେ ୧୭.୪ ଓଭର ବୋଲିଂ କରି ମାତ୍ର ୩ଟି ୱିକେଟ ନେଇଛନ୍ତି । ଗୋଟିଲ ମ୍ୟାଚରେ ୩ଟି ୱିକେଟ ନେଇଥବା ବେଳେ ବାକି ୬ଟି ମ୍ୟାଚରେ କୌଣସି ୱିକେଟ ନେଇ ନଥିବା ଦେଖିବାକୁ ମିଳିଛି ।

 

Related posts

ବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକ

Odisha Sports Bureau

ଭାରତୀୟ ଦଳକୁ କଡା ଟକ୍କର ଦେବ ୱେଷ୍ଟଇଣ୍ଡିଜ ଦଳ

ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା