ଭୁବନେଶ୍ବର: ଖୋର୍ଦ୍ଧା ବରୁଣେଇ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍ଠାରେ ଚାଲିଥିବା ଆଇଟା ୧୪ ବର୍ଷରୁ କମ୍ ଟ୍ୟାଲେଣ୍ଟ ସିରିଜ୍ ବାଳିକା ବର୍ଗରେ ବିଜେତା ହୋଇଛନ୍ତି ଓଡ଼ିଶାର ସାନଭି ମହାନ୍ତି। ସାନଭି ମହାନ୍ତି ମାରିଶା ରାଉତଙ୍କୁ ହରାଇ ବିଜେତା ହୋଇଛନ୍ତି। ଶୁକ୍ରବାର ବାଳିକା ଏକକ ଫାଇନାଲ୍ରେ ୬-୪, ୬-୩ ସେଟ୍ରେ ସାନଭି ମାରିଶାଙ୍କୁ ହରାଇଥିଲେ। ତେବେ ସାନଭି ସଫଳତାର ଶ୍ରେୟ ପିତା ସଂଗ୍ରାମ ମହାନ୍ତି ଓ ମାତା ସ୍ମୃତି ମହାନ୍ତିଙ୍କୁ ଦେବା ସହ ତାଙ୍କ ପ୍ରଶିକ୍ଷକଙ୍କୁ ମଧ୍ୟ ଦେଇଛନ୍ତି । ସେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ସପ୍ତମ ଶ୍ରେଣୀରେ ପଢନ୍ତି । ଏବଂ ସାନଭି କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ଟେନିସ ଏକାଡେମିଠାରେ ବରିଷ୍ଠ ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି।
