Cricket

ନୂଆ ହେୟାର ଷ୍ଟାଇଲରେ ନଜର ଆସିଲେ ଧୋନି

ମୁମ୍ବାଇ : ନୂଆ ଲୁକରେ କ୍ୟାପଟେନ ଲୁକ । ଷ୍ଟାଇଲିସ ଲୁକରେ ନଜର ଆସିଲେ ଥାଲା । ଜବରଦସ୍ତ ହେୟାର ଷ୍ଟାଇଲ ସହ ବ୍ଲାକ ସନଗ୍ଲାସରେ ମାହି ନଜର ଆସୁଛନ୍ତି । ଏହି ଫଟୋ ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ।

ତେବେ ଧୋନିଙ୍କ ଏହା ନୂଆ ଷ୍ଟାଇଲ କି କୌଣସି ବିଜ୍ଞାପନ ପାଇଁ ଏପରି ବେଶଭୂସା ତାହା ଏବେବି ଅସ୍ପଷ୍ଟ ରହିଛି । କିନ୍ତୁ ସୋସିଆଲ ମିଡିଆରେ ଧୋନିଙ୍କର ଏହି ଲୁକ୍‌ଟି ଖୁବ୍‌ ଭାଇରାଲ ହେବାର ଲାଗିଛି । କେହି କେହି ଭିନ୍‌ଟେଜ୍‌ ଧୋନି କହୁଛନ୍ତି ତ ଆଉ କିଏ ନିୟୁ ଲୁକ୍‌ ଥାଲା । ଏହାବ୍ୟତୀତ ଆଉ କିଏ ଲେଖିଛନ୍ତି କି ଭିନଟେଜ୍‌ ଲୁକ୍‌ ଅଫ ଥାଲା ଧୋନି ।

ଚାରିଆଡେ ଏବେ ଦିନିକିଆ ବିଶ୍ୱକପ୍‌ ପାଇଁ କ୍ରେଜ୍‌ । ଫ୍ୟାନ୍ସମାନେ ନିଜ ନିଜ ଫେବରିଟ୍‌ ଖେଳାଳିଙ୍କ ଦମଦାର ପ୍ରଦର୍ଶନକୁ ଅପେକ୍ଷା କରି ରହିଛନ୍ତି । ଆଉ ଦିନକ ପରେ ଆରମ୍ଭ ହେବ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ । ତେବେ ଚାରିଆଡେ ବିଶ୍ୱକପ୍‌ର କ୍ରେଜ୍‌ ଥିବା ବେଳେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍‌ ନେଇ ଚର୍ଚ୍ଚା ଜୋର ଧରିଛି । ଧୋନି ନୂଆ ହେୟାର ଷ୍ଟାଇଲ୍‌ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ବ୍ଲାକ ସନ୍‌ଗ୍ଲାସ ପିନ୍ଧି ଥିବା ବେଳେ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ଯାହାକି ଧୋନିଙ୍କୁ କ୍ୟାମେରା ଆଗରେ ଖୁବ୍‌ ହ୍ୟାଣ୍ଡସମ୍‌ କରୁଛି ।

Related posts

ନର୍ଭସ ନାଇଣ୍ଟିଜରେ ଶୁଭମନ ଗିଲଙ୍କ ଏଣ୍ଟ୍ରି; ପ୍ରଥମ ଥର ପୁରା କରିପାରିଲେନି ଶତକ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ସିରିଜର ପ୍ରଥମ, ତୃତୀୟ ମ୍ୟାଚର ସ୍ଥାନ ପରିବର୍ତ୍ତନ

Odisha Sports Bureau

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

Odisha Sports Bureau