ସଫଳ ହୋଇଛି ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସର୍ଜରୀ । ତେବେ ଦିନିକିଆ ବିଶ୍ୱକପ ପରେ ଆହତ ହୋଇଥିବା ଶାମି ଟିମରୁ ବାଦ ପଡିଛନ୍ତି । ବିଶ୍ୱ କପରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଏବେ ତାଙ୍କ ଗୋଇଠି ସର୍ଜରୀ ସଫଳ ହୋଇଥିବା କୁହାଯାଉଛି । ସର୍ଜରୀ ପରେ ତାଙ୍କର ମେଡିକାଲର ଫୋଟ ସୋସିଆଲ ମିଟିଆରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ଭାବପିହ୍ୱଳ ପୂର୍ଣ୍ଣ ମେସେଜ ମଧ୍ୟ ସେୟାର କରିଛନ୍ତି । ଶାମିି ତାଙ୍କ ମେସେଜରେ ଲେଖିଛନ୍ତି ଯେ, ଗୋଇଠି ସର୍ଜରୀ ସଫଳ ହୋଇଛି, ଭଲ ହେବା ପାଇଁ କିଛି ଦିନ ସମୟ ଲାଗିବ, ମୁଁ ନିଜ ଗୋଡରେ ପୁଣିଥରେ ଠିଆ ହେବ ପାଇଁ ଖୁବ ଉତ୍ସାହିତ ରହିଛି ।
ତେବେ ଏହି ସର୍ଜାୀ ପାଇଁ ଶାମି ଆଇପିଏଲ -୨୦୨୪ ରୁ ବାଦ ପଡିଛନ୍ତି । ଶାମିଙ୍କ ବାଦ ପଡିବା ଯୋଗୁଁ ଗୁଜୁରାଟ ଟାଇଟନ୍ସକୁ ଏକ ଶକ୍ତ ଝଟକା ଦେଇଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଶାମି ଶେଷ ଥର ପାଇଁ ଖେଳୁଥିବାର ନଜର ଆସିଥିଲେ ।