Cricket

ବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କ: ନ୍ୟୁୟର୍କରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ବୁଧବାର ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୯୭  ରନର ଲକ୍ଷ୍ୟ ଥିଲା।  ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ୧୨.୨ ଓଭରରେ ମାତ୍ର ୨ଟି ୱିକେଟ୍‌  ବିଜୟ ଲକ୍ଷ୍ୟ ୯୭ ରନ୍‌ କରିଛି।

ଏହି ମ୍ୟାଚରେ ରୋହିତ ଶର୍ମା ୩୭ଟି ବଲ୍‌ ଖେଲି ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଏଥି ସହିତ ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଯୁବ ବ୍ୟାଟର ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ଅପରାଜିତ ୩୬ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ବିରାଟ କୋହଲି ‌୧ ରନ୍‌ ଓ ସୂର୍ଯ୍ୟକୁମାର ଯାଦବ ୨ ରନ୍‌ ସଂଗ୍ରହ କରି ପାଭିଲିଅନ୍‌‌ ଫେରିଯାଇଥିଲେ।

ନ୍ୟୁୟର୍କସ୍ଥିତ ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ଆୟର୍ଲାଣ୍ଡର ବ୍ୟାଟ୍ସମାନଙ୍କୁ ଚାପରେ ରଖିଥିଲେ । ଫଳରେ ଆୟର୍ଲାଣ୍ଡ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୭ ରନରେ ପ୍ରଥମ ଓ୍ବିକେଟ ହରାଇଥିବାବେଳେ ୯ ରନରେ ୨ୟ ଓ୍ବିକେଟ ହରାଇଥିଲା । ଦଳର ମଧ୍ୟକ୍ରମ ବି ସଫଳ ହୋଇପାରିନଥିଲା ଓ ବଡ଼ ସ୍କୋର କରିପାରିନଥିଲା । ତେବେ ଗେରେଥ୍ ଡେଲାନି ୨୬ ରନ କରିଥିବାବେଳେ ଜସୁଆ ଲିଟଲ ୧୪ ରନ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Related posts

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

Odisha Sports Bureau

ସାଇ ସୁଦର୍ଶନଙ୍କ ଦମଦାର ପ୍ରଦର୍ଶନ

Odisha Sports Bureau

ପାଣ୍ଡ୍ୟା ବ୍ରଦର୍ସଙ୍କ ଭିଡିଓ ଭାଇରାଲ

Odisha Sports Bureau