Cricket

ପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

ରିପୋର୍ଟର୍ସ ଟୁଡେ; ପୁଣି ବାପା ହେଲେ ରୋହିତ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପତ୍ନୀ ରିତିକା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରିତିକିକାଙ୍କ ପାଇଁ ମୁମ୍ବାଇରେ ଅଭ୍ୟାସରେ କରିଛନ୍ତି ରୋହିତ ଶର୍ମା । ଆଗରୁ ରୋହିତଙ୍କ ଗୋଟିଏ ଝିଅ ଥିଲା । ତାଙ୍କ ନାମ ସମାଇରା । ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏ ନେଇ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ରୋହିତ ଶର୍ମା ଏ ପର୍ୟ୍ୟନ୍ତ ଦଳ ସହ ଯୋଗ ଦେଇ ପାରି ନାହାନ୍ତି । ସେ ମୁମ୍ବାଇରେ ଅଭ୍ୟାସ ଜାରି ରଖିଛନ୍ତି । ତେବେ ଆଗାମୀ ଦିନରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ । ତାଙ୍କୁ ବର୍ତ୍ତମାନ ୬ ବର୍ଷ ।ରୋହିତ ଦ୍ବିତୀୟ ଥର ପିତା ହେବା ଖବର ତାଙ୍କ ପରିବାର ସହିତ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଆଣି ଦେଇଛି । ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁସାରେ ଶୁକ୍ରବାର ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାକୁ ଜନ୍ମ ଦେଇଛନ୍ତି । ୨୦୧୫ରେ ରେହିତ ଶର୍ମା ଓ ରିତିକା ବିବାହ କରିଥିଲେ ।ଖବର ପ୍ରକାଶ ପାଇବା ପରେ ରୋହିତଙ୍କ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ । ଜଣେ ଏକ୍ସ ୟୁଜର୍ସ କହିଛନ୍ତି, ଜୁନିୟର ହିଟମ୍ୟାନଙ୍କ ଆଗମନ ନେଇ ଶୁଭେଚ୍ଛା ରୋହିତ । ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ । ସେହିପରି ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି ଭାରତୀୟ କ୍ରିକେଟ ଦଳଙ୍କୁ ସନ୍ତାନ ପ୍ରାପ୍ତି ହେବାର ସୌଭାଗ୍ୟ ମିଳୁଛି । ଅକୟ, ଅଗସ୍ତ ଓ ଅଙ୍ଗଦ । ଅଣ୍ଡର-୧୯ ଟିମ ପ୍ରସ୍ତୁତ ହେଉଛି ।

Related posts

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିବାରେ ପ୍ରଥମ ଏସୀୟ ହେଉଛନ୍ତି କୋହଲି

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି

Odisha Sports Bureau

କୋରୋନାରେ ଚାଲିଗଲେ ଆରପି ସିଂହଙ୍କ ବାପା

Odisha Sports Bureau