Hockey

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ବାଜି ମାରିଲା ଆଜେଣ୍ଟିନା । ଫାଇନାଲ ମ୍ୟାଚରେ ଜର୍ମାନୀକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ୨-୪ରେ ଜର୍ମାନୀକୁ ମାତ ଦେଇ ଦ୍ୱିତୀୟ ତର ବିଶ୍ୱକପ ଟ୍ରଫି ଉପରେ କରିଛି କବଜା ।

କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଜର୍ମାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜୁନିୟର ହକି ବିଶ୍ୱକପର ଫାଇନାଲ ମ୍ୟାଚ । ଏହି ମ୍ୟାଚରେ ଜର୍ମାନୀକୁ ହରାଇ ବିଶ୍ୱକପ ଉପରେ ଆର୍ଜେଣ୍ଟିନା କବଜା କରିଛି । ଦଳର ଡୋମେନେ ଲୌଟାରା ହ୍ୟାଟ୍ରିକ ଗୋଲ ଦେଇ ଦଳକୁ ବିଜୟ ଭେଟି ଦେଇଛନ୍ତି । ୧୦,୨୫ ଏବଂ ୫୦ ମିନିଟରେ ଡୋମେନେ ଗୋଲ ସ୍କୋର କରିଥିବା ବେଳେ ଆଗୋସ୍ତିନି ଫ୍ରାନ୍ସୋ ୬୦ ମିନିଟ୍ରେ ଆଉ ଏକ ଗୋଲ ଦେଇଥିଲେ । ତେବେ ଜବାବରେ ଜର୍ମାନୀ ପକ୍ଷରୁ ହାଏନେର୍ ଜୁଲ୍ରିସ୍ ୩୬ ମିନିଟ୍ ସମୟରେ ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଫାଣ୍ଡାଟ୍ ମାସୀ ୪୭ ମିନିଟ୍ ସମୟରେ ଗୋଟିଏ ଗୋଲ କରିପାରିଥିଲେ । ଶେଷରେ ୪-୨ରେ ପଛରେ ପଡିଯାଇଥିଲା ଜର୍ମାନୀ । ଏଥିସହିତ ଦଳର ବିଶ୍ୱକପ ବିଜୟ ଆଶ ମଧ୍ୟ ମଉଳି ଯାଇଥିଲା । ଯାହା ଉପରେ ଆର୍ଜେଣ୍ଟିନା କବଜା ରି ଜୁନିୟର ହକି ଟୁର୍ଣ୍ଣାମେଣ୍ଟ ବିଶ୍ୱ ବିଜେତା ପାଲଟିଛି ।

Related posts

ହକି ବିଶ୍ୱକପ୍‌ର ରଙ୍ଗାରଙ୍ଗ ଉଦ୍‌ଘାଟନୀ: ଜଲ୍‌ୱା ଦେଖାଇଲେ ମାଧୁରୀ, ଶାହାରୁଖ୍‌

Odisha Sports Bureau

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

Odisha Sports Bureau

ଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଓଡ଼ିଶା ବିଶ୍ୱକପ୍ ର ପ୍ରଚାର

Odisha Sports Bureau