ବ୍ୟୁରୋ : ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ନୂଆ ଟାଲେଣ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇଛି ।ଏସିଆ କପ୍ ଏବଂ ବିଶ୍ୱକପ ପୂର୍ବରୁ ପରିବାର ସହ ଛୁଟି ମନାଉଛନ୍ତି ଜାଡେଜା ।ଆମେରିକା ଗଳିରେ ଛୁଟିର ମଜା ନେଇ ନାଚୁଥିବାର ନଜର ଆସିଛନ୍ତି ଜାଡେଜା । ତାଙ୍କର ଏହି ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ ବହିତ ପସନ୍ଦ କରୁଛନ୍ତି । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ରହି ଘରୋଇ ଦଳ ସହିତ ଟେଷ୍ଟ, ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ମ୍ୟାଚ୍ ଖେଳୁଛି ଟିମ୍ ଇଣ୍ଡିଆ। ଟି-୨୦ ସିରିଜର ଦୁଇଟି ମ୍ୟାଚ ହାରିସାରିଲାଣି ଭାରତ । ଆଉ ସେପଟେ ଟିମରୁ ବାଦ୍ ପଡିଥିବା ରବିନ୍ଦ୍ର ଜାଡେଜା ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି ।
ରବିନ୍ଦ୍ର ଜାଡେଜା ପତ୍ନୀ ରିବାବା ଜାଡେଜାଙ୍କ ନୂଆ ଟ୍ୟାଲେଣ୍ଟକୁ ଫ୍ୟାନ୍ସକୁ ଦେଖାଇଛନ୍ତି । ରିବାବା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜାଡେଜାଙ୍କ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି । ରିବାବା ଏହି ଭିଡିଓକୁ ପୋଷ୍ଟ କରିବା ସହିତ କ୍ୟାପସନରେ ଲେଖିଛନ୍ତି, ମିଷ୍ଟର RJ ଙ୍କ ଲୁକ୍କାୟିତ ଟ୍ୟାଲେଣ୍ଟ ବିଷୟରେ ଜାଣିବାକୁ ମିଳିଲା । ତେବେ ଜାଡେଜାଙ୍କ ଏହି ଭିଡିଓ ପୋଷ୍ଟ ହେବା ପରେ ଫ୍ୟାନ୍ସ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି । ଯେଉଁଥିରେ ଜାଡେଜାଙ୍କ ନୂଆ ଟ୍ୟାଲେଣ୍ଟ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହେଉଛନ୍ତି । ସେହିପରି ତାଙ୍କ ଡ୍ୟାନ୍ସ ମୁଭ୍ସକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।
ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ସହିତ ଖେଳିବା ପରେ ଆଗାମୀ ସିରିଜ ଆୟରଲ୍ୟାଣ୍ଡ ଗସ୍ତ କରିବ । ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳିବ । ଏଥିପାଇଁ ଯୁବ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ରବିନ୍ଦ୍ର ଜାଡେଜା ଏଥିରେ ଟିମରୁ ବାଦ୍ ପଡିଥିବା ବେଳେ ଏସିଆ କପରେ ନଜର ଆସିବେ । ଏହାଛଡା ବିଶ୍ୱକପ ୨୦୨୩ରେ ଟିମର ପ୍ରମୁଖ ଖେଳାଳି ରହିବେ ।