Cricket

ଖେଳରୁ ସନ୍ନ୍ୟାସ ଘୋଷଣା କଲେ ଅମ୍ବାତି ରାଇଡୁ

ଆଇପିଏଲ୍ ୨୦୨୩ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର। ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଭେଟେରାନ ଖେଳାଳି ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ସିଜନ ପରେ ଆଇପିଏଲ୍ରେ ଅମ୍ବାତି ରାୟୁଡୁଙ୍କୁ ଆଉ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ। ଏହି ଖେଳାଳି ତାଙ୍କ ବ୍ୟାଟିଂ ଦମ୍ରେ ଚେନ୍ନାଇ ସୁପର କିଙ୍ଗକୁ ଆଇପିଏଲର ଚାମ୍ପିୟନ ମଧ୍ୟ କରିଛନ୍ତି।

ଅମ୍ବାତି ରାୟୁଡୁ ସୋସିଆଲ ମିଡିଆରେ ଅବସର ଘୋଷଣା କରିଛନ୍ତି। ରାୟୁଡୁ ଟ୍ୱିଟ୍ କରି ଲେଖିଛନ୍ତି, ‘ସିଏସ୍କେ ଏବଂ ଗୁଜୁରାଟ ୨ ଶ୍ରେଷ୍ଠ ଦଳ, ୨୦୪ ମ୍ୟାଚ୍, ୧୪ ସିଜନ୍, ୧୧ ପ୍ଲେ ଅଫ୍, ୮ ଫାଇନାଲ୍, ୫ ଟ୍ରଫି। ଆଶା କରୁଛି କି, ଆଜି ରାତିରେ ଷଷ୍ଠ। ଏହା ଏକ ଦୀର୍ଘ ଯାତ୍ରା ରହିଆସିଛି। ମୁଁ ନିଷ୍ପତ୍ତି ନେଇଛି ଯେ ଆଜି ରାତିର ଫାଇନାଲ୍ ଆଇପିଏଲରେ ମୋର ଶେଷ ମ୍ୟାଚ୍ ହେବ। ବାସ୍ତବରେ ଏହି ମହାନ ଟୁର୍ନାମେଣ୍ଟ ଖେଳିବାକୁ ମୋତେ ହୁତ ମଜା ଆସିଛି। ଆପଣ ସମସ୍ତଙ୍କୁ ଧନ୍ୟବାଦ। କୌଣସି ୟୁ-ଟର୍ଣ୍ଣ ନାହିଁ’।

Related posts

ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ ୨୦୨୦ ଟୁର୍ଣ୍ଣାମେଣ୍ଟ  କାର୍ଯ୍ୟସୂଚୀ

Odisha Sports Bureau

ଯୁବ ଖେଳାଳିଙ୍କୁ ମିଳୁ ସୁଯୋଗ

ଭାରତ ଜିତିଲେ ଉଲଗ୍ନ ହେବି : ରେଖା ବୋଜ

Odisha Sports Bureau