More Sports

ଏସୀୟ ବାଳିକା ରଗବି ସେଭେନ୍ସ ପ୍ରତିଯୋଗିତା, ଚୀନ ପିନ୍ଧିଲା ବିଜୟୀ ମୁକୂଟ ଭାରତ ଚତୁର୍ଥ ସ୍ଥାନରେ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଏସୀୟ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଦୁଇ ଦିନରେ ଲଗାତାର ୪ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତ ଶେଷ ଦିନରେ ନିଜର ଉଭୟ ନକ୍ ଆଉଟ୍‌ ମ୍ୟାଚ୍ ହାରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଗତ ଥର ମଧ୍ୟ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ଚୀନ କିନ୍ତୁ ବିଜେତା ମୁକୁଟ ହାତେଇ ନେଇଛି। କପ୍ ଫାଇନାଲରେ ଚୀନ ୨୮-୫ରେ ହଂକଂକୁ ପରାସ୍ତ କରି ଏହି ଗୌରବ ପାଇଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଭାରତକୁ ଥାଇଲାଣ୍ଡ ୨୫-୫ରେ ହରାଇ ଦେଇଥିଲା। ପୂର୍ବାହ୍ନରେ ଖେଳାଯାଇଥିବା ସେମିଫାଇନାଲରେ ଚୀନ୍‌ ୪୭-୦ରେ ଥାଇଲାଣ୍ଡକୁ ଏବଂ ହଂକଂ ୫୦-୭ରେ ଭାରତକୁ ହରାଇ ଦେଇଥିଲା। ଅନ୍ୟପକ୍ଷରେ ପ୍ଲେଟ ଫାଇନାଲରେ ଫିଲିପାଇନ୍ସକୁ ୧୫-୫୦ରେ ହରାଇ କାତାର ବିଜେତା ହୋଇଥିଲା।

Related posts

କାନ୍ସ୍ ଓପନ ଚେସ୍ ଟୁର୍ଣ୍ଣାମଣ୍ଟର ଟାଇଟଲ୍ ଜିତିଲେ ଗୁକେଶ

Odisha Sports Bureau

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

Odisha Sports Bureau

ଭାରତ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା