More Sports

ଏସୀୟ ବାଳିକା ରଗବି ସେଭେନ୍ସ ପ୍ରତିଯୋଗିତା, ଚୀନ ପିନ୍ଧିଲା ବିଜୟୀ ମୁକୂଟ ଭାରତ ଚତୁର୍ଥ ସ୍ଥାନରେ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଏସୀୟ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଦୁଇ ଦିନରେ ଲଗାତାର ୪ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତ ଶେଷ ଦିନରେ ନିଜର ଉଭୟ ନକ୍ ଆଉଟ୍‌ ମ୍ୟାଚ୍ ହାରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଗତ ଥର ମଧ୍ୟ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ଚୀନ କିନ୍ତୁ ବିଜେତା ମୁକୁଟ ହାତେଇ ନେଇଛି। କପ୍ ଫାଇନାଲରେ ଚୀନ ୨୮-୫ରେ ହଂକଂକୁ ପରାସ୍ତ କରି ଏହି ଗୌରବ ପାଇଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଭାରତକୁ ଥାଇଲାଣ୍ଡ ୨୫-୫ରେ ହରାଇ ଦେଇଥିଲା। ପୂର୍ବାହ୍ନରେ ଖେଳାଯାଇଥିବା ସେମିଫାଇନାଲରେ ଚୀନ୍‌ ୪୭-୦ରେ ଥାଇଲାଣ୍ଡକୁ ଏବଂ ହଂକଂ ୫୦-୭ରେ ଭାରତକୁ ହରାଇ ଦେଇଥିଲା। ଅନ୍ୟପକ୍ଷରେ ପ୍ଲେଟ ଫାଇନାଲରେ ଫିଲିପାଇନ୍ସକୁ ୧୫-୫୦ରେ ହରାଇ କାତାର ବିଜେତା ହୋଇଥିଲା।

Related posts

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

Odisha Sports Bureau

ବିଶ୍ୱ ଚମ୍ପିଆନସିପରେ ଦୀପିକାଙ୍କ ପରେ କୋମଲିକା

Odisha Sports Bureau

ସାଉଦି ଆରବ ମେସିଙ୍କ ହରାଇଲା ଆର୍ଜେଣ୍ଟିନାକୁ

Odisha Sports Bureau