Cricket

ଏମ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ବାଙ୍ଗାଲୋର – ପଞ୍ଜାବ

ବେଙ୍ଗାଲୁରୁ: ଜମୁଛି ଆଇପିଏଲର ୧୭ ତମ ସଂସ୍କରଣ । ଗତକାଲି ଖେଳାଯାଇଥିବା ୨ଟି ମ୍ୟାଚରେ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବିଜୟ ହୋଇଥିବା ବେଳେ ୨ୟ ମ୍ୟାଚରେ ଜିତିଛି ଗୁଜୁରାଟ ଟାଇଟନ୍ସ । ଏହି କ୍ରମରେ ଆଜି ବେଙ୍ଗାଲୁରୁର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖଳାଯିବ ଆଇପିଏଲ ୫ମ ମ୍ୟାଚ । ତେବେ ଆଇପିଏଲରେ ଉଭୟ ଦଳ ମୋଟ ୩୧ ଥର ମୁହାଁମୁହିଁ ହୋଇଥିବା ବେଳେ ପଞ୍ଜାବ କିଙ୍ଗସ ୧୭ଟି ଏବଂ ବାଙ୍ଗାଲୋର ୧୪ଟଇ ମ୍ୟାଚରେ ବିଜୟୀ ହୋଇଛି । ତେବେ ୨୦୨୩ ସିଜିନରେ ଏହି ଉଭୟ ଦଳ ପରସ୍ପରକୁ ଥରେ ମାତ୍ର ଭେଟିଥିବା ବେଳେ ଆରସିବି ସେଥିରେ ବାଜି ମାରିଥିଲା । ସେହିପରି ଚଳିତ ସିଜିନରେ ଦିଲ୍ଲୀ ବିପକ୍ଷରେ ପ୍ରଥମ ମ୍ୟାଚକୁ ୪ ୱିକେଟରେ ବିଜୟୀ ହୋଇ ପଞ୍ଜାବର ମନୋବଳ ବେଶ ଦୃଢ ରହିଛି । ସାମ କରନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସାଙ୍ଗକୁ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଦୁର୍ଦ୍ଦର୍ଷ ବ୍ୟାଟିଂ ଦଳକୁ ବିଜୟରେ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ବୋଲିଂରେ ଲାଗିସୋ ରାବାଡା ଏବଂ ଅର୍ଶଦୀବ ସିଂହ ପରି ଷ୍ଟାର ବୋଲର ରହିଛନ୍ତି । ତେଣୁ ଏହା ବ୍ୟାଟରଙ୍କୁ ଅଡୁଆରେ ପକାଇପାରେ ବୋଲି କୁହାଯାଉଛି । ତେବେ ବାଙ୍ଗାଲୋର ସ୍ଥିତ ଏମ ଚିଦାମ୍ବରମ ଷ୍ଟାଡିୟମରେ ହାଇସ୍କୋରିଂ ଗେମ ହେବା ନିଶ୍ଚିତ । ତେଣୁ ଆଜିର ମ୍ୟାଚରେ ଜବରଦସ୍ତ ହେବ ବୋଲି କୁହାଯାଉଛି ।

Related posts

IPL ୨୦୨୪ ଭାରତରେ ଖେଳାଯିବ ନାହିଁ? ଏପରି ସମ୍ଭାବନା କାହିଁକି ସୃଷ୍ଟି ହୋଇପାରେ ଜାଣନ୍ତୁ

Odisha Sports Bureau

ଟେଷ୍ଟରେ ପ୍ରଥମ ଦିନରେ ଧୂଳି ଚଟାଇଲେ ରୋହିତ ଆର୍ମି; ଅଶ୍ୱିନଙ୍କ ରେକର୍ଡ

Odisha Sports Bureau

ବିସିସିଆଇ : ଭାରତୀୟ ଟିମ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି

Odisha Sports Bureau