Cricket

ବିସିସିଆଇ ଉପାଧ୍ୟକ୍ଷ ପଦ ସମ୍ଭାଳିବେ ରାଜୀବ ଶୁକ୍ଲା

(ନୂଆଦିଲ୍ଲୀ): ପୂର୍ବତନ ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଲା ପୁଣି ଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ପଦ ସମ୍ଭାଳିବେ । ବିସିସିଆଇ ସଦସ୍ୟମାନେ ସର୍ବସମ୍ମତି କ୍ରମେ ଏହି ପଦବୀ ପାଇଁ ରାଜୀବଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୁର୍ବରୁ ଏନ ଶ୍ରୀନିବାସନ ବିସିସିଆଇ ଅଧ୍ୟକ୍ଷ ଥିବା ବେଳେ ଶୁକ୍ଲା ଉପାଧ୍ୟକ୍ଷ ପଦବୀରେ ଥିଲେ । ସେ ଆଇପିଏଲ ପରିଚାଳନା ପରିଷଦର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ବିସିସିଆଇ ପଦ ପାଇଁ ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲୀ, ରାଜୀବଙ୍କ ନାମ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲେ । ଉତ୍ତରାଖଣ୍ଡର ମୋହିତ ବର୍ମା ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଆସନ୍ତା ୨୪ ତାରିଖରେ ଅହମ୍ମଦାବାଦରେ ହେବାକୁ ଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଶୁକ୍ଳାଙ୍କୁ ଆନୁଷ୍ଠାନିକ ଭାବେ ଉପାଧ୍ୟକ୍ଷ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

Related posts

ନ୍ୟୁଜିଲାଣ୍ଡ ସିରିଜରେ ଖେଳିବେ ପାଣ୍ଡ୍ୟା

Odisha Sports Bureau

ବାରାଣସୀରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶିଳାନ୍ୟାସ

Odisha Sports Bureau

ଆଜି ବାରବାଟୀରେ ବିଗ ଫାଇଟ

Odisha Sports Bureau