Cricket

ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତ

(ମୁମ୍ବାଇ) : ପୁଣି ପିଙ୍କ ବଲ୍‌ରେ ଭାରତରେ ଅନୁଷ୍ଠିତ ହେବ ଦିବାରାତ୍ର ଟେଷ୍ଟ। ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ। ଆଜି ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଦିଆଯାଇଛି ସୂଚନା।

ସୂଚନାନୁଯାୟୀ , ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଟି-୨୦ ଓ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ବିସିସିଆଇ ପକ୍ଷରୁ ସଂଶୋଧିତ ଭେନ୍ୟୁ ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁଯାୟୀ, ୩ ଟିକିଆ ଟି-୨୦ ସିରିଜ୍‌ ପରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ବେଙ୍ଗାଲୁରୁରେ ଦିବରାତ୍ର ଟେଷ୍ଟ ୧୨ ମାର୍ଚ୍ଚରୁ ୧୬ ମାର୍ଚ୍ଚ ଯାଏ ଚାଲିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଟି-୨୦ ସିରିଜ୍‌ ପରେ ମାର୍ଚ୍ଚ ୪ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମୋହାଲିରେ ଓ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଭାରତ ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବାକୁ ଯାଉଛି।

Related posts

ଆଜି ଇଣ୍ଡିଆ- ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ୍

Odisha Sports Bureau

ଆଇପିଏଲ ୧୨ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସୁପରକିଙ୍ଗସ୍

Odisha Sports Bureau

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ

Odisha Sports Bureau