ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ ( ଆଇପିଏଏ )ର ୧୭ ତମ ସଂସ୍କରଣ । ପାଖାପାଖି ୨ମାସ ଧରି ଚାଲିବ ଏହି କ୍ରିକେଟ ମହାଉତ୍ସବ । ରଙ୍ଗାରଙ୍ଗ ଆଲୋକ ମାଳରେ ଝଲସିବ ଷ୍ଟାଡିୟମ । କମ୍ପିବ ମୈଦାନ , ଉଡିବ ଛକା ଚଉକା । ପ୍ରଥମ ମ୍ୟାଚରେ ମୁହାଁମୁହିିଁ ହେବେ CSK କୁ RCB । ସଜବାଜ ହେଲେଣି କ୍ରିକେଟର ଅପେକ୍ଷା କେବଳ ମାର୍ଚ୍ଚ ୨୨ ତାରିଖକୁ । ମହିଳା ପ୍ରିମିୟର ଲିଗ ମ୍ୟାଚ ସମାପ୍ତ ହେବାର ଠିକ ୫ ଦିନ ପରେ ଆରମ୍ଭ ହେବ ଆଇପିଏଲ ଉତ୍ସବ । ବିସିସିଆଇ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ମ୍ୟାଚ ହେବ ବୋଲି କୁହାଯାଉଛି । ଦିନ ଯେତିକି ପାଖେଇ ପାଖେଇ ଆସିଛୁ ଫ୍ୟାନ୍ସଙ୍କ ମନରେ ସେତିକି ବଢୁଛି ଉତ୍କଣ୍ଠା । କିନ୍ତୁ ଏହାରି ଭିତରେ ଓଡିଆ ଫ୍ୟାନ୍ସଙ୍କ ମନରେ ଆସିଛି ଟିକିଏ ଦୁଃଖ । କାରଣ ଏଥର ଆଇପିଏଲୁୁ ବାଦ ପଡିଛି ଓଡିଆ ଭାଶା । ଇଂରାଜୀ, ହିନ୍ଦୀ, ତେଲଗୁ, ମାଲାୟଲମ, ମରାଠୀ, ଗୁଜୁରାଟୀ, ବଙ୍ଗଳା ସହ ମୋଟ ୮ ଟି ଭାଷାରେ ହେବ କମେଣ୍ଟ୍ରି । ହେଲେ ଭାଷ୍ୟକାର ଦୌଡରୁ ବାଦ ପଡିଛନ୍ତି ଓଡିଅ ଭାଷ୍ୟକାର । ଯଦିଓ ଏହା ପଛର କାରଣ କଣ ଜଣାପଡିନି । କିନ୍ତୁ ଏଥର ତାଲିକାରୁ ବାଦ ପଡିଛି ଓଡିଆ ।
ସୂଚନା ଅନୁଯାୟୀ, ଗତ ବର୍ଷ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ରେ ଓଡିଆ କମେଣ୍ଟ୍ରି ଶୁଣିବାକୁ ମିଳିଥିଲା । ଏମିତିକି ମୋବାଇଲ ଆପରେ ଓଡିଆ କ୍ରିକେଟପ୍ରେମୀ ଏହାର ମଜା ନେଇଥିଲେ । ଯାହାକୁ ପରିଚାଳନା କରିଥିଲେ କଟକର ଝିଅ ଲୋରିଆ ମହାନ୍ତି । ପ୍ୟାନେଲରେ ବି ରହିଥିଲେ ଓଡିଆ ଅତିଥି । ମ୍ୟାଚ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡିଆ ଡବେଟ ପ୍ୟାନେଲ ‘ମ୍ୟାଚ ସେଣ୍ଟର ଲାଇଭ ଆଲୋଚନାରେ ଦେବାଶିଷ ମହାନ୍ତି, ବିପ୍ଲବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗ ଦେଇଥିଲେ । ପ୍ୟାନେଲ ଆଲୋଚନା , ମ୍ୟାଚ କମେଣ୍ଟ୍ରି , ଗ୍ରାଫିକ୍ସ ମଧ୍ୟ ଓଡିଆରେ ପ୍ରସାରିତ ହୋଇଥିଲା ।