Cricket

ଆଇପିଏଲ ପାଇଁ ଘେଷଣା ହେଲା କମେଣ୍ଟ୍ରି ଟିମ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଥିବା ବେଳେ ଖେଳାଳୀ ଏବଂ କ୍ରିକେଟପ୍ରେମୀଙ୍କ ମନରେ ଦେଖା ଦେଇଛି ଅନେକ ଉତ୍ସାହ । ଲମ୍ବା ବ୍ରେକ ପରେ ପୁଣି ଥରେ ଆଇପିଏଲ୨୦୨୧ ଟାଇଟଲ ପାଇଁ ସମସ୍ତ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି । ଦଳର ପୟାୟ ସମସ୍ତ ଖେଳାଳୀ ମଧ୍ୟ ୟୁଏଇରେ ପହଞ୍ଚି ସାରିଛନ୍ତି । ତେବେ ଏଥି ମଧ୍ୟରେ ଷ୍ଟାର ସ୍ପୋର୍ଟସ ଆଇପିଏଲ ପାଇଁ ଭାଷ୍ୟକାରଙ୍କ ତାଲିକା ଘୋଷଣା କରିିଛି । ବିଶ୍ୱର ସର୍ବ ବୃହତ କ୍ରିକେଟ ଲିଗ ଆଇପିଏଲରେ ହିନ୍ଦୀ ଭାଷ୍ୟକାର ଭାବରେ ୯ ଜଣଙ୍କୁ ଚୟନ କରାଯାଉଥିବା ବେଳେ ଇଂରାଜୀ କମେଣ୍ଟ୍ରି ପାଇଁ ମୋଟ ୧୪ ଜଣଙ୍କୁ ସିଲେକ୍ସନ କରାଯାଇଛି ।
ହିନ୍ଦୀ ଭାଷା ପାଇଁ ଆକାଶ ଚୋପ୍ରା, ଇରଫାନ ପଠାନ, ଗୌତମ ଗମ୍ଭୀର, ନିଖିଲ ଚୋପ୍ରା, କିରଣ ମୋରେ, ଜତିନ ସପ୍ରୁ,ତାନ୍ୟା ପୁରୋହିତ, ପାର୍ଥିବ ପଟେଲ ଏବଂ ସୁରେଶ ସୁନ୍ଦରମଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ଇଂରାଜୀ ଭାଷା ପାଇଁ ହର୍ଷ ଭୋଗଲେ, ଏଲ ଶିବରାମକୃଷ୍ଣ, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ସୁନୀଲ ଗାଭାସ୍କର, କେଭିନ ପିଟରସନ ପ୍ରମୁଖଙ୍କୁ ସାମିଲ କରାଯାଇଛି । ଏମାନଙ୍କ ସହିତ ଅଞ୍ଜୁମ ଚୋପ୍ରା, ସାଇମନ ଡୁଲ, ପୌମି ମାମ୍ବ୍ୟା, ନିକୋଲସା ନାଇଟ, ଏଲନ ୱିଙ୍କଲିନ୍ସ, ମାଥ୍ୟୁ ହେଡେନ,ଇଆନ ବିଶାପ ଏବଂ ଡେନି ମାରିସନଙ୍କ ସ୍ୱରରେ ମଧ୍ୟ ଇଂରାଜୀ କମେଣ୍ଟ୍ରି ଶୁଣି ପାରିବେ ଦର୍ଶକ ।

Related posts

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଗ୍ନିପରୀକ୍ଷା

ହାପି ବାର୍ଥ ଡେ ବିରାଟ ; ୩୪ ବର୍ଷରେ ପାଦ ଦେଲେ କିଙ୍ଗ କୋହଲି

Odisha Sports Bureau

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀ 

Odisha Sports Bureau

Leave a Comment