Cricket

BCCI ର ନୂଆ ସମ୍ପାଦକ ହେଲେ ଦେବଜିତ ସାଇକିଆ

 

 

ନୂଆଦିଲ୍ଲୀ: ପୂର୍ବତନ ଓ୍ୱିକେଟ୍ କିପର୍ ବ୍ୟାଟସ୍‌ମ୍ୟାନ୍ ଦେବଜିତ ସାଇକିଆ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ନୂଆ ସମ୍ପଦକ। ତାଙ୍କୁ ବିସିସିଆଇ ସଭାପତି ରୋଜର ବିନ୍ନି କାର‌୍ୟ୍ୟକାରୀ ସମ୍ପଦକ ଭାବରେ ନିଯୁକ୍ତ କରିଛନ୍ତି। ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସ୍ଥାନରେ ସାଇକିଆ ଏହି ପଦ ଗ୍ରହଣ କରିବେ। ଏହି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିଲେ। ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ସାଇକିଆ ମଧ୍ୟବର୍ତ୍ତୀକାଳୀନ ସମ୍ପାଦକ ଭାବରେ କାର‌୍ୟ୍ୟ କରୁଥିଲେ। ବିସିସିଆଇର ସମ୍ବିଧାନ ଅନୁଯାୟୀ କୌଣସି ଖାଲି ପଦବୀକୁ ୪୫ ଦିନ ମଧ୍ୟରେ ଏକ ସାଧାରଣ ସଭା ଡକାଇ ପୂରଣ କରିବାକୁ ପଡିବ। ଜୟ ଶାହା ୧ ଡିସେମ୍ବର ୨୦୨୪ରେ ଆଇସିସି ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପର ଠାରୁ ଏହି ପଦବୀ ଖାଲି ଥିଲା।

ଆସାମର ବାସିନ୍ଦା ଦେବଜିତ୍ ସାଇକିଆ ପ୍ରଥମ ଶ୍ରେଣୀର ପୂର୍ବତନ କ୍ରିକେଟର ଯିଏ ୧୯୯୦ରୁ ୧୯୯୧ ଯାଏ ଚାରୋଟି ମ୍ୟାଚ୍ ଖେଳିଥିଲେ। ତାଙ୍କ କ୍ରିକେଟ୍ କ୍ୟାରିୟର ବେଶ୍ ଛୋଟ। ସେ ଏହି ସମୟରେ ୫୩ ରନ୍ ସଂଗ୍ରହ କରି ୯ଟି ଓ୍ୱିକେଟ୍ ନେଇଛନ୍ତି। କ୍ରିକେଟ୍ ପରେ ସେ ଆଇନରେ କ୍ୟାରିୟର କରିଥିଲେ ଏବଂ ୨୮ ବର୍ଷ ବୟସରେ ସେ ଗୌହାଟୀ ହାଇକୋର୍ଟରେ ଓକିଲ ହୋଇଥିଲେ। ଏଥି ସହିତ, କ୍ରୀଡା କୋଟା ଅନୁଯାୟୀ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏବଂ ଉତ୍ତର ରେଳବାଇରେ ଚାକିରି ପାଇଥିଲେ। ସାଇକିଆ ୨୦୧୯ରେ ଇଉଇ ର ସଚିବ ହୋଇଥିଲେ ଏବଂ ପରେ ୨୦୨୨ରେ ବିସିସିଆଇର ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଥିଲେ।

Related posts

ଖୁବ ଶୀଘ୍ର ବିସିସିଆଇ ନିର୍ବାଚନ

Odisha Sports Bureau

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ

ଏମସିଏ ଷ୍ଟାଡିୟମରେ କୋହଲି ହେଉଛନ୍ତି ବିରାଟ ଖେଳାଳି

Odisha Sports Bureau