Cricket

ଆସନ୍ତାକାଲି ୪ର୍ଥ ଦିନିକିଆ ହାମିଲଟନରେ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ମୁକାବିଲା ହାମିଲଟନରେ ଅନୁଷ୍ଠିତ ହେବା ୪ର୍ଥ ମ୍ୟାଚ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ଥିବା ଭାରତ ନିଜର ବିଜୟ ରଥ ଆଗାକୁ ଗଡ଼ାଇବା ପାଇଁ ଯୋଜନା କରୁଛି । ଅନ୍ୟପକ୍ଷରେ ଶୃଙ୍ଖଳା ହରାଇ ସାରିଥିବା ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଉଦ୍ୟମ କରିବ । କାରଣ ଦ୍ୱିପାକ୍ଷୀକ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ଏଭଳି ଦୟନୀୟ ସ୍ଥିତିରେ କେବେ ବି ପରାସ୍ତ ହୋଇ ନାହିଁ ।

ହାମିଲଟନରେ ଭାରତ ଏଯାଏଁ ୯ଟି ମ୍ୟାଚ ଖେଳିଛି । ଏଥିରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ହାମିଲଟନରେ ଭାରତ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଶେଷ ଥର ପାଇଁ ଏଠାରେ ୨୦୧୫ରେ ଖେଳିଥିଲା । ସେହି ସମୟରେ ଭାରତ ୮ ୱିକେଟରେ ଆୟରଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ ଟିମ ଏହା ବ୍ୟତୀତ ଏଠାରେ ନ୍ୟୁଜିଲାଣ୍ଡ ଏବଂ ଜିମ୍ବାୱେକୁ ହରାଇଛି ।

Related posts

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ

Odisha Sports Bureau

ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

Odisha Sports Bureau

ଭାରତୀୟ ଖେଳାଳିଙ୍କ ପ୍ରତି ଅବହେଳା ଦେଖି ବିରକ୍ତ ପ୍ରକାଶ କଲେ ପାଣ୍ଡ୍ୟା

Odisha Sports Bureau