Cricket

ଧୋନିଙ୍କ ଅଟୋଗ୍ରାଫ ଦେଖାଇ କାନ୍ଦି ପକାଇଲେ ଗାଭାସ୍କର

ଚେନ୍ନାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଚେପକରେ ‘ଲ୍ୟାପ୍ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଧୋନିଙ୍କୁ ପାଖରେ ଯିବାର ଦେଖି ବ୍ୟାଟିଂ କିମ୍ବଦନ୍ତି ସୁନିଲ ଗାଭାସ୍କର ତୁରନ୍ତ କାର୍ଯ୍ୟକ୍ରମ ଅଧାରୁ ଚାଲିଆସିଥିଲେ ଏବଂ ନିଜେ ପିନ୍ଧିଥିବା ସାର୍ଟ ଛାତିରେ ଅଟୋଗ୍ରାଫ ଦେବାକୁ ଧୋନିଙ୍କୁ ଅନୁରୋଧ କରିଥିଲେ । ଏହି ଫଟୋଟି ଏବେ ଭାଇରାଲ ହେଉଥିବା ବେଳେ ବିଶ୍ୱ କ୍ରିକେଟ ଦୁନିଆରେ ଚର୍ଚ୍ଚା ମଧ୍ୟ ହେଉଛି । ନିକଟରେ ଏକ ସାକ୍ଷାତକାରରେ ଗାଭାସ୍କର ଏହି ଅଟୋଗ୍ରାଫ ଦେଖାଇ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ଏବଂ କହିଥିଲେ ‘ମୁଁ ଜାଣିଛି ମୋର ଏବେ ଶେଷ ସମୟ ଚାଲିଛି। ତେଣୁ ମୃତ୍ୟୁ ପୂର୍ବରୁ ୧୯୮୩ ମସିହାର ବିଶ୍ବକପ ଟ୍ରଫିର ମୁହୂର୍ତ୍ତ ଓ ୨୦୧୧ ବିଶ୍ବକପ ଫାଇନାଲରେ ଧୋନି ମାରିଥିବା ଛକାକୁ ଦେଖିବାକୁ ପସନ୍ଦ କରିବି’।

Related posts

ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟି ଟି୨୦ ଏବଂ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ଏଥର ରୋହିତ ବାହିନୀ ନୁହେଁ ସୂର୍ଯ୍ୟବାହିନୀ ନେବ ପ୍ରତିଶୋଧ

Odisha Sports Bureau

ପୁଣି ବାପା ହେଲେ ବିରାଟ କୋହଲି, ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା

Odisha Sports Bureau