(ଓଡିଶା ସ୍ପୋର୍ଟ): ଓଡ଼ିଶା ପୁରୁଷ ହକିବିଶ୍ୱକପରେ ଆଜିଠାରୁ ଆରମ୍ଭ ହେବ ଖେଳାଳିଙ୍କ ବିଦାୟୀ ଦିନ । ଆଜି ପୁଲ-ଏର ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଯେଉଁ ଦଳ ପରାଜିତ ହେବେ ସ୍ୱଦେଶ ଫେରିବେ । ଅଷ୍ଟମ ଦିନରେ ଅପରାହ୍ନ ୫ ଟାରେ ସ୍ପେନ-ନ୍ୟୁଜିଲାଣ୍ଡ ଓ ସଂଧ୍ୟା ୭ ଟାରେ ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ହେବ କଡ଼ା ଟକ୍କର୍ ।
ଆର୍ଜେଣ୍ଟିନା ପାଇଁ ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ ରହିଛି । ୨ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିବା ସହ ୬ ପଏଣ୍ଟ୍ ପାଇ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ଆର୍ଜେଣ୍ଟିନା ବିଜୟୀ ହେଲେ କିମ୍ବା ଡ୍ର ରଖିଲେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବ । ନ୍ୟୁଜିଲାଣ୍ଡ ୩ ପଏଣ୍ଟ ପାଇଥିବାବେଳେ ଉଭୟେ ସ୍ପେନ ଓ ଫ୍ରାନ୍ସ ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଛନ୍ତି । ଚାରୋଟି ଦଳ ମଧ୍ୟରୁ ପରାଜିତ ଦଳକୁ ସ୍ୱଦେଶ ଫେରିବାକୁ ପଡିବ । କ୍ୱାର୍ଟର ଫାଇନାଲକୁ ଉତୀନ୍ନ ହେବା ଦଳ ବୁଧବାର କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହେବ । ସ୍ପେନ୍ ଓ ଫ୍ରାନ୍ସ ମ୍ୟାଚ୍ ଜିତିଲେ କ୍ରସ୍ ଓଭର୍ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ ।