Cricket

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା

ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଏହାସହିତ ୩ ଜଣ ଖେଳାଳିଙ୍କ ନାମ ରିଜର୍ଭରେ ରଖାଯାଇଥିବା ବେଳେ ଏହି ଖେଳାଳି ମଧ୍ୟ ଭାରତୀୟ ଟିମ୍ ସହିତ ଦୁବାଇ ଟ୍ରାଭେଲ୍ କରିବେ ବୋଲି କୁହାଯାଉଛି । ତେବେ ଏହି ୧୫ ଜଣିଆ ଟିମରେ ହରମନ୍ପ୍ରୀତ୍ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ମିତି ମନ୍ଦାନାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବାକି ଖେଳାଳିଙ୍କ ମଧ୍ୟରେ ଶେଫାଳି ବର୍ମା, ଦିପ୍ତୀ ଶର୍ମା, ଜେମିମା ରୋଡ୍ରିକ୍ସ, ରିଚା ଘୋଷ (ଓ୍ୱିକେଟ୍ ରକ୍ଷକ), ୟସ୍ତିକା ଭାଟିଆ (ଓ୍ୱିକେଟ୍ ରକ୍ଷକ), ପୂଜା ବସ୍ତ୍ରାକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲାନ୍ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଞ୍ଜନା ସଞ୍ଜୀବନୀ ରହିଥିବା ବେଳେ ରିଜର୍ଭ ଖେଳାଳି ଙ୍କ ମଧ୍ୟରେ ଉମା ଛେତ୍ରୀ (ଓ୍ୱିକେଟ୍ ରକ୍ଷକ), ତନୁଜା କଅଁର, ସାଇମା ଠାକୋର ସ୍ଥାନ ପାଇଛନ୍ତି ।

ତେବେ ଅକ୍ଟୋବର ୩ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି- ୨୦ ବିଶ୍ୱକପ ।ତେବେ ଏହି ବିଶ୍ୱକପର ସମସ୍ତ ମ୍ୟାଚ ଦୁବାଇ ଏବଂ ଶାରଜାହ ଷ୍ଟାଡିୟମରେ ଖେଳା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୋଟ ୧୦ ଦଳ ଏଥିରେ ସାମିଲ ହୋଇ ୨୩ଟି ମ୍ୟାଚ ଖେଳିବେ ବୋଲି ସୂଚନା ରହିଛି ।
ତେବେ ଏ’ ଗ୍ରୁପ୍ରେ ଭାରତ, ଅଷ୍ଟ୍ରେଲିଆ , ପାକିସ୍ତାନ, ନୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗ୍ରୁପ ରହିଥିବା ବେଳେ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲ୍ୟାଣ୍ଡ ଗ୍ରୁପ୍-ବିରେ ରହିଛନ୍ତି । ସେପଟେ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଦୁହିଁଙ୍କ ମଧ୍ୟରେ ମ୍ୟାଚ ଅକ୍ଟୋବର ୬ ତାରିଖରେ ଖେଳାଯିବ । ଭାରତୀୟ ଟିମର ଶେଷ ଗ୍ରୁପ ମ୍ୟାଚ ଅଷ୍ଟ୍ରେଲିଆ ସହିତ ହେବ । ଏହା ୧୩ ଅକ୍ଟୋବରରେ ଖେଳାଯିବ ବୋଲି କୁହାଯାଉଛି ।

Related posts

ଅଭିନେତ୍ରୀ ନଗମାଙ୍କୁ ମନ ଦେଇଥିଲେ ଗାଙ୍ଗୁଲି

ନଭେମ୍ବର ୪ ତାରିଖରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

Odisha Sports Bureau

ୱାର୍ଲ୍ଡ କପ ପୂର୍ବରୁ ଅବସର ନେଲେ ପାକିସ୍ତାନ ଖେଳାଳି

Odisha Sports Bureau