Cricket

ଭାରତର ଦମଦାର ବିଜୟ

(ଓଡିଶା ସ୍ପୋର୍ଟ):  ସିଡ଼ନୀ ରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ ଦେଲା ଟିମ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚକୁ ଜିତି ସିରିଜକୁ ବରାବର କରିଛି ବିରାଟ ବାହିନୀ । ମାତ୍ର ୪୧ ବଲରେ ୪ଟି ଚୌକା ଏବଂ ୨ ଛକା ମାରି ଅପରାଜିତ ୬୧ ରନ୍ କରିଛନ୍ତି ବିରାଟ୍ କୋହଲି । ଯାହା ଦେଇଛି ଟିମ୍ ଇଣ୍ଡିଆକୁ ଦମଦାର ବିଜୟ । ସିଡନୀରେ ଖେଳାଯାଇଥିବା ଏହି ଅନ୍ତିମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।

ଦଳର ଦୁଇ ଓପନର ଅଧିନାୟକ ଆରନ ଫିଞ୍ଚ୍ ଓ ଆର୍ସି ସର୍ଟ ଇନିଂସ ଆରମ୍ଭ କରିଥିଲେ । ତେବେ ସ୍କୋର ୬୮ରନ ହୋଇଥିବା ବେଳେ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ ଫିଞ୍ଚ୍ । ଏହା ପରେ ପରେ ସ୍କୋର ୭୩ ହୋଇଥିବା ବେଳେ ଲଗାତାର ଭାବେ ସର୍ଟ ଓ ମାକଡରମଟଙ୍କ ଓ୍ଵିକେଟ ହରାଇଥିଲା ଅଷ୍ଟ୍ରେଲିଆ । ଆଲେକ୍ସ କ୍ୟାରୀ ଓ ମାର୍କସ ଷ୍ଟଇନିସଙ୍କ ଯଥାକ୍ରମେ ୨୭ ଓ ୨୫ ରନରେ ଦଳର ସ୍କୋର ୬ ଓ୍ଵିକେଟରେ ୧୬୪ ରନରେ ପହଞ୍ଚିଥିଲା ।

ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩୬ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ । ୧୬୫ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ଧୁଆଁଧାର ବ୍ୟାଟିଂ କରିଥିଲା । ଏହା ପରେ କଙ୍ଗାରୁ ଦଳକୁ ୬ ୱିକେଟରେ ମାତ୍ ଦେଇ ମ୍ୟାଚ୍ ହାତେଇନେଲା ଟିମ୍ ଇଣ୍ଡିଆ ।

ବ୍ରିସ୍ବେନ୍ରେ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ କରାଯାଇଥିଲା। ଅନ୍ତିମ ଟି-୨୦ରେ ଭାରତ ବିଜୟୀ ହେବା ପରେ ସିରିଜ୍ ବରାବର ହୋଇଛି।

Related posts

ଟିମ ଇଣ୍ଡିଆ କୋଚ ଚୟନ ପାଇଁ ଏକ ୩ ଜଣିଆ କମିଟି ଗଠନ

ରଣ୍‌ଜୀ ମ୍ୟାଚ୍‌: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ

Odisha Sports Bureau

ଆଇସିସି ଟେଷ୍ଟ ଚମ୍ପିଆନ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

Leave a Comment