Uncategorized

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ!

ନୂଆଦିଲ୍ଲୀ: ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରରେ ଅଲିମ୍ପିକ ହକି ଆୟୋଜନ ପାଇଁ ପ୍ରସ୍ତାବ ରହିଛି । ସେହିପରି ମୁମ୍ବାଇରେ କ୍ରିକେଟ, ଭୋପାଳରେ ରୋଇଂ ପୁଣେରେ କୋନୋଇଂ/କାୟରକିଂ ଆୟୋଜନର ଯୋଜନା ରହିଛି । ଆୟୋଜନ ସହ ଅହମ୍ମଦାବାଦରେ ଆଥଲେଟିକ୍ସ , ବାସ୍କେଟବଲ , ଭଲିବଲ, ଆକ୍ୱାଟିକ , ଟେନିସ, ସ୍ପୋର୍ଟ କ୍ଲାଇମ୍ବିଂ , ଅର୍ବାନ ସ୍ପୋଟରସ ଓ ଶୁଟିଂ ଆଦି ଇଭେଣ୍ଟର ଆୟାଜନ ପାଇଁ ପ୍ରସ୍ତାବ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପକାଶ କରିଛନ୍ତି ।ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡରେ ଅହମଦାବାଦକୁ ଆୟୋଜନ ସହର ଉଲ୍ଲେଖ କରାଯାଇଛି ।
ତେବେ ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଯାହା ନିଷ୍ପତ୍ତି ନେବେ । ଅଲିମ୍ପିକ୍ସ ଆୟୋଜନ ନେଇ ଭାରତ ଗତ ଅକ୍ଟୋବରରେ ଏହାର ଆଗ୍ରହ ଦେଇଥିଲା । ଆଇଓସିରେ ଖୁବ ଶୀଘ୍ର ଭାରତ ଏହାର ବିଡ ଦାଖଲ କରିବ ।

Related posts

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ବିରାଟ କୋହଲି

୬୭ତମ ସର୍ବଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟରରେ ରବିଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau