Cricket

ଦାଦାଙ୍କ ଉପରେ ଜୟଙ୍କ ବିଜୟ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହଙ୍କ ମଧ୍ୟରେ ଶୀତଳ ଯୁଦ୍ଧ । ତେବେ ଏହି ଯୁଦ୍ଧ କୋଲକାତାର ଇଡେନ ଗାର୍ଡେନରେ ଦେଖିବାକୁ ମିଳିଛି । ଯେଉଁଥିରେ ବାଜି ମାରିଛନ୍ତି ସମ୍ପାଦକ ଜୟ ଶାହ । ମାତ୍ର ୧ ପାଦ ପଛରେ ରହି ଯାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।


ସୂଚନା ଅନୁସାରେ, ବିସିସିଆଇର ସାଧାରଣ ବୈଠକ ପୂର୍ବରୁ ଇଡେନ ଗାର୍ଡେନଠାରେ ଶୁକ୍ରବାର ୧୫ ଓଭର ବିଶିଷ୍ଟ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚର ଷଷ୍ଠତମ ଓଭରରେ ପଡିଆକୁ ଓହ୍ଲାଇଥିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ମାତ୍ର ୨୦ଟି ବଲ ଖେଳି ୨ ଛକା ଏବଂ ୪ ଚୌକା ସହ ୩୫ ରନ ସଂଗ୍ରହ କରିଥିଲେ । ତେବେ ମ୍ୟାଚର ନିୟମ ଅନୁସାରେ କିଛି ବଲ ଖେଳି ରିଟାୟାର ହୋଇଥିଲେ ସୌରଭ । ତେଣୁ ତାଙ୍କ ଦଳ ମାତ୍ର ୧ ରନ ପଛରେ ରହି ପରାଜୟ ବରଣ କରିଥିଲା । ଗାଙ୍ଗୁଲିଙ୍କ ହୋମ୍ ଗ୍ରାଉଣ୍ଡରେ ବିସିସିଆଇ ସମ୍ପାଦକ ଜୟ ଶାହ ନିଜ ସ୍ପିନ ବୋଲିଂର ଯାଦୁ ଦେଖାଇଥିଲେ । ସେ ୭ ଓଭରରେ ୫୮ ରନ୍ ଦେଇ ୩ ଓ୍ୱିକେଟ୍ ନେଇଥିଲେ । ତେଣୁ ଜିତିବା ସହଜ ହୋଇଥିଲା ।

BCCI AGM Festival Match: Jay Shah wrecker-in-chief; Team Ganguly falls short by one run - myKhel

ଜୟ ଶାହ ପ୍ରଥମେ ମହମ୍ମଦ ଆଝାରୁଦ୍ଦୀନଙ୍କ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ସେ ୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଆହୁରି ମଧ୍ୟ ଗୋଆ କ୍ରିକେଟ୍ ଆସୋସିଏସନର ସୁରଜ ଲୋଟାଲିକରଙ୍କୁ ମଧ୍ୟ ଶାହ ଆଉଟ୍ କରିଥିଲେ । ଉତ୍ତର ବଙ୍ଗ କ୍ରିକେଟ୍ ସଙ୍ଘର ସଭାପତି ଅଭିଷେକ ଡାଲମିୟା ମଧ୍ୟ ଶାହଙ୍କ ଶିକାର ହୋଇଥିଲେ ।
ଗାଙ୍ଗୁଲି ମାତ୍ର ୨୦ ବଲରୁ ୩୫ ରନ୍ କରିଥିଲେ । ୨ ବଲରେ ସେ ନିଜ ପସନ୍ଦର ସଟ୍ ଖେଳିଥିଲେ । ଏପରିକି ଅଫସାଇଡ୍ ଡ୍ରାଇଭ୍ ମାରିଥିଲେ ।

ସୂଚନାଯୋଗ୍ୟ, ବିସିସଆଇର ଏଜିଏ ବୈଠକ ପୂର୍ବରୁ ଏହି ମୁକାବିଲା ଖେଳାଯାଇଥିଲା । ମୁହାଁମୁହିଁ ହୋଇଥିଲେ ଟିମ୍ ପ୍ରେସିଡେଣ୍ଟ୍ ଅର୍ଥାତ ସୌବ ଗାଙ୍ଗୁଲିଙ୍କ ଦଳ ଓ ଟିମ୍ ସେକ୍ରେଟାରୀ ଅର୍ଥାତ ଜୟ ଶାହଙ୍କ ଦଳ । ପ୍ରଥମେ ବ୍ୟାଟିଂ କରି ଜୟ ଶାହଙ୍କ ଟିମ୍ ୧୫ ଓଭରରେ ୧୨୮ ରନ୍ କରିଥିଲା । ଜବାବରେ ଗାଙ୍ଗୁଲିଙ୍କ ଟିମ୍ ୧୨୭ ରନ୍ କରିପାରିଥିଲା ।

Related posts

୬ ମାସ ଯାଏଁ ପଡିଆକୁ ଓହ୍ଲାଇବେ ନାହିଁ ରୁଷଭ

Odisha Sports Bureau

ୱାନଡେ ୱାର୍ଲ୍ଡ କପରେ ଦେଖିବାକୁ ମିଳିବେନି ଏହି ୩ ପ୍ରମୁଖ ଆନ୍ତର୍ଜାତୀୟ ଖେଳାଳି; ତାଲିକାରେ ଜଣେ ଭାରତୀୟ ଖେଳାଳି ମଧ୍ୟ ସାମିଲ

Odisha Sports Bureau

ଭାରତ ଶୃଙ୍ଖଳା ଜିତିଲା: ଆୟର୍ଲାଣ୍ଡ୍‌ ୩୩ ରନ୍‌ରେ ପରାସ୍ତ

Odisha Sports Bureau

Leave a Comment